ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଖୋଲୁନି ବର୍ହିବିଭାଗ, ଉଦ୍‌ଘାଟନକୁ ୫ ମାସ ନ ପୂରୁଣୁ କାନ୍ଥରେ ଫାଟ

ଦାରିଙ୍ଗବାଡ଼ି, ୨୪/୭: ମୋ ହସ୍ପିଟାଲ ଉଦ୍‌ଘାଟନକୁ ବିତିଲାଣି ହୋଇ ୫ ମାସ । ହେଲେ ଆଜି ପର୍ଯ୍ୟନ୍ତ କୋ ବର୍ହି ବିଭାଗରେ ରୋଗୀ ସେବା ଆରମ୍ଭ ହୋଇନାହିଁ । ଅନ୍ୟପଟେ ହସ୍ପିଟାଲ କାନ୍ଥରେ ଫାଟ ଦେଖିବାକୁ ମିଳିଛି । ଏ ଦୃଶ୍ୟ କିଛି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାର ୫ ଟିରେ ରୂପାନ୍ତରିକରଣ କରିବା ନିମନ୍ତେ ୨୦୨୩ ମସିହାରେ ମୋ ହସ୍ପିଟାଲ ଯୋଜନାରେ ସାମିଲ କରିଥିଲେ । ଏଥିପାଇଁ ୨ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ଚଳିତ ବର୍ଷ ଫେବ୍ରୁଆରୀ ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । 

ଉଦ୍‌ଘାଟନର ୫ ମାସ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବର୍ହି ବିଭାଗରେ ରୋଗୀ ସେବା ଆରମ୍ଭ ହୋଇନଥିବା ବେଳେ ନିର୍ମାଣ ହୋଇଥିବା କୋଠାରେ ଫାଟ ଦେଖାଗଲାଣି । ଏପରିକି ଯେଉଁ ପୁରୁଣା କୋଠାରେ ପୁଟି ଓ ରଙ୍ଗ ମାରାଯାଇଥିଲା କିଛି କିଛି ସ୍ଥାନରେ କାନ୍ଥ ରଙ୍ଗ ଓ ପୁଟି ଛାଡ଼ି ଗଲାଣି । ନିମ୍ନ ମାନର କାମ ଯୋଗୁଁ ୫ ମାସ ନ ବିତୁଣୁ କାନ୍ଥରେ ଫାଟ ଦେଖା ଯାଇଥିବା ବେଳେ ପୁଟି ଛାଡ଼ି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କାର୍ଯ୍ୟ ଆରମ୍ଭରୁ ନିମ୍ନମାନର କାର୍ଯ୍ୟ ହେଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲେ ସୁଦ୍ଧା ଦାୟିତ୍ୱରେ ଥିବା ଅଧିକାରୀ ଏଥିପ୍ରତି କୌଣସି ଦୃଷ୍ଟି ଦେଇନଥିବାରୁ ଆଜି କାନ୍ଥରେ ଫାଟ ଦେଖାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । 

୫ ମାସରେ ଯଦି କାନ୍ଥରେ ଫାଟ ଦେଖା ଦେଲାଣି ତା ହାଲେ ଆଗକୁ କୋଠାର ଅବସ୍ଥା କ’ଣ ହେବ ? ଏନେଇ ଅଞ୍ଚଳବାସୀ ଚିନ୍ତାପ୍ରକଟ କରିଥିବା ବେଳେ ଆଗାମୀ ଦିନରେ ଉକ୍ତ  କୋଠା ସାଧାରଣ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲିଦେବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଣୁ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହୋଇଛି । ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ମନୋଜ ବାରିକଙ୍କୁ ପଚାରିବାରୁ ଗୁରୁବାର ଦିନଠାରୁ ରୋଗୀ ସେବା ଆରମ୍ଭ ହେବ ବୋଲି ସେ କହିଛନ୍ତି ଓ କାନ୍ଥରେ କୌଣସି ଫାଟ ନଥିବା ସେ ସଫେଇ   ଦେଇଥିଲେ । 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.