ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ବୋଲେରୋ ସହ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

Published By : Prameya | March 22, 2025 9:02 PM

ଫିରିଙ୍ଗିଆ,୨୨/୦୩ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଅବକାରୀ ବିଭାଗ ଏକ ବୋଲେରୋରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏଥିସହ  ଗାଡିର ଡ୍ରାଇଭର ସମତେ ୨ ଜଣଙ୍କୁ ଅବକାରୀ ପୋଲିସ  ଗିରଫ କରିଛି I 

ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅବକାରୀ ଓଆଇସି ପ୍ରକାଶ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଫୁଲବାଣୀ ସଦର ଥାନା ଅଧୀନରେ ଥିବା କସାକାଠି ଛକ ନିକରେ ଜଗି ରହିଥିଲେ। ଏହି ସମୟରେ ଏକ ବୋଲେରୋକୁ ଯାଞ୍ଚ କରି ସେଥିରୁ   ଗଞ୍ଜେଇ ଜବତ କରିଥିଲେ।  ଏଥି ସହ ୩ ଜଣଙ୍କ ଗିରଫ କରିଥିଲେ। ଗରିଫ ଅଭିଯୁକ୍ତମାନେ ହେଲେ ଡ୍ରାଇଭର ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଠିଡ଼କାଯୋଡି ଗାଁ ର ଶୁଭ୍ରାଂଶୁ ସାହୁ ,କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ଅଧୀନରେ ଥିବା ସାସୀପଦର ଗାଁ ର ଅଜୟ ଦିଗାଳ I ଅନ୍ୟପଟେ ଏହି ଘଟଣାରେ ସଦର ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି। ଗଞ୍ଜେଇ ଫିରିଙ୍ଗିଆ ଅଂଚଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା। ଏହି ଚଢ଼ାଉରେ ଅବକାରୀ ବିଭାଗ ର ଏଏସଆଇ ସମୀର  ରଂଜନ ଭୋଇ ମିଲନ କୁମାର ସାହୁ, ସଚିନ ଗୁରୁଙ୍କ ସହ କର୍ମଚାରୀ ସାମିଲ ଥିଲେ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.