ସମ୍ବଲପୁର,୨୩/୦୮: ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇଥିଲେ ୩ ଚାଷୀ । ଏକ ଘରୋଇ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତନ୍ମଧ୍ୟରୁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ସ୍ନପ୍ନ ମୁଣ୍ଡା ବୋଲି ଜଣାପଡିଛି । ଚଳିତ ମାସ ୨୧ ତାରିଖରେ ଏହି ଅଘଟଣ ହୋଇଥିଲା ।
ସୂଚନା ଅନୁଯାୟୀ, ବଜ୍ରାଘାତରେ ପ୍ରାଣ ହରାଇଲେ ଚାଷୀ । ଚଳିତ ମାସ ୨୧ ତାରିଖରେ ୩ ଜଣ ଚାଷୀ ବିଲରେ କାମ କରୁଥିଲେ । ଏହି ସମୟରେ ବଜ୍ରାଘାତ ହେବାରୁ ୩ ଜଣ ଚାଷୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କ ପରିବାର ଲୋକେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସେଠାରୁ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କରି ନିକଟସ୍ଥ ଘରୋଇ ମେଡିକାଲରେ ୩ ଜଣଙ୍କ ଚିକିତ୍ସା କରାଇଥିଲେ । ତେବେ ଶୁକ୍ରବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ତନ୍ମଧ୍ୟରୁ ଜଣେ ଚାଷୀ ମୃତ୍ୟୁ ବରଣ କରିଛନ୍ତି ।