ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସମ୍ବଲପୁର ରେଳ ଷ୍ଟେସନରେ ପ୍ରମୁଖ ୟାର୍ଡ ପ୍ରାଙ୍ଗଣ ପୁନଃନିର୍ମାଣ, ୫ ଯୋଡ଼ା ଟ୍ରେନ୍‌ର ଅସ୍ଥାୟୀ ମାର୍ଗ ପରିବର୍ତ୍ତନ

ଭୁବନେଶ୍ୱର, ୧୧/୦୯ : ଦେଶର ପ୍ରମୁଖ ରେଳ ଷ୍ଟେସନର ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭାରତୀୟ ରେଳବାଇର ବୃହତ ଯୋଜନାର ଏକ ଅଂଶ ଭାବରେ ସମ୍ବଲପୁର ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ ପୁନଃନିର୍ମାଣ କାର୍ଯ୍ୟ ଚାଲୁରହିଛି । ଏହି ୟାର୍ଡ ପୁନଃନିର୍ମାଣ କାର୍ଯ୍ୟ ଯୋଗୁ ବେ-ଲାଇନ୍‌, ଲୋକୋ ରିଭର୍ସାଲ୍‌ ଲାଇନ୍‌ ଏବଂ ଇନ୍‌ସପେକ୍ସନ କ୍ୟାରେଜ ସାଇଡିଂ ସ୍ଥାନାନ୍ତରିତ ହେବ । ଏହି ଆଧୁନିକୀକରଣ କାର୍ଯ୍ୟର ଏକ ଅଂଶ ଭାବରେ ବେ-ଲାଇନ୍‌କୁ ଏକ ପୂର୍ଣ୍ଣ ଦୈର୍ଘ୍ୟ ବିଶିଷ୍ଟ ପ୍ଲାଟଫର୍ମ ଭାବରେ ସମ୍ପ୍ରସାରଣ କରାଯିବ । ସାଢ଼େ ୪ ମାସରେ ପ୍ରକଳ୍ପ ସରିବା ପର୍ଯ୍ୟନ୍ତ ୫ଯୋଡ଼ା ଟ୍ରେନ୍‌ର ଅସ୍ଥାୟୀ ମାର୍ଗ ପରିବର୍ତ୍ତନ କରାଯାଉଛି । 

ରେଳ ଷ୍ଟେସନ ମଧ୍ୟରେ ଅଧିକ ଟ୍ରେନ୍‌ ଏବଂ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଷ୍ଟେସନର କ୍ଷମତାକୁ ବୃଦ୍ଧି କରାଯାଇ ଦୁଇଟି ନୂତନ ପ୍ଲାଟଫର୍ମ ନିର୍ମାଣ କରାଯିବ । ସେହିପରି ଟ୍ରେନର ସହଜ ଚଳାଚଳ ଏବଂ ନିୟନ୍ତ୍ରଣକୁ ସୁଗମ କରିବା, ବିଳମ୍ବକୁ ହ୍ରାସ କରିବା ଏବଂ ସମୟାନୁବର୍ତ୍ତିତାକୁ ବୃଦ୍ଧି କରାଇବା ପାଇଁ ଅତିରିକ୍ତ ଲାଇନଗୁଡ଼ିକ ଯୋଡାଯାଉଛି । ଏହି କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍‌ ଗୁଡିକ ନିକଟସ୍ଥ ଷ୍ଟେସନଗୁଡିକରେ ଅଟକି ନ ରହି ସମ୍ବଲପୁର ଷ୍ଟେସନରେ ପ୍ରବେଶ କରିପାରିବେ । ୟାର୍ଡର ପୁନଃନିର୍ମାଣ କାର୍ଯ୍ୟ ପାଇଁ କିଛି ଟ୍ରେନ୍‌ ସେବା ସାମୟିକ ଭାବରେ ପ୍ରଭାବିତ ହେବ । ସମ୍ବଲପୁର ଷ୍ଟେସନକୁ ନ ଆସି ପାଞ୍ଚ ଯୋଡ଼ା ଟ୍ରେନ୍‌ ସମ୍ବଲପୁର ସିଟି ଷ୍ଟେସନ-ସରଲା ଷ୍ଟେସନ ମାର୍ଗ ଦେଇ ସାମୟିକ ଭାବେ ଚଳାଚଳ କରିବ । ସେଥିମଧ୍ୟରେ ପୁରୀ-ରାଉରକେଲା-ପୁରୀ ଏକ୍ସପ୍ରେସ ଆସନ୍ତା ୨୦ରୁ ଆସନ୍ତାବର୍ଷ ଫେବ୍ରୁଆରୀ ୫ ଯାଏ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ । 

ଆସନ୍ତା ୨୧ରୁ ୨୦୨୫ ଫେବ୍ରୁଆରୀ ୧ ଯାଏ ଏଲଟିଟିଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ ଏଲ୍‌ଟିଟିରୁ ଏବଂ ଆସନ୍ତା ୨୩ରୁ ଫେବ୍ରୁଆରୀ ୩ ଯାଏ ଭୁବନେଶ୍ୱରରୁ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ । ଏଲ୍‌ଟିଟି- ପୁରୀ-ଏଲ୍‌ଟିଟି ଏକ୍ସପ୍ରେସ ଏଲ୍‌ଟିଟିରୁ ଆସନ୍ତା ୧୯ରୁ ୩୦ ଜାନୁଆରୀ ଯାଏ ଏବଂ ପୁରୀରୁ ୨୪ରୁ ୪ ଫେବ୍ରୁଆରୀ ଯାଏ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ । ଲାଲଗଡ-ପୁରୀ-ଲାଲଗଡ ଏକ୍ସପ୍ରେସ୍‌ ଲାଲଗଡରୁ ଆସନ୍ତା ୨୨ରୁ ୨ ଫେବ୍ରୁଆରୀ ଯାଏ ଏବଂ ପୁରୀରୁ ଆସନ୍ତା ୨୫ରୁ ୫ ଫେବ୍ରୁଆରୀ ଯାଏ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ । ପୁରୀଯୋଧପୁର-ପୁରୀ ଏକ୍ସପ୍ରେସ ପୁରୀରୁ ଆସନ୍ତା ୨୫ରୁ ୫ ଫେବ୍ରୁଆରୀ ଯାଏ ଏବଂ ଯୋଧପୁରରୁ ଆସନ୍ତା ୨୧ରୁ ୧ ଫେବ୍ରୁଆରୀ ଯାଏ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଏହି ମାର୍ଗ ପରିବର୍ତ୍ତିତ ଟ୍ରେନ୍‌ ଗୁଡିକ ସମ୍ବଲପୁର ସିଟି ଷ୍ଟେସନରେ ପ୍ରତ୍ୟେକ ୫ ମିନିଟର ରହଣି ସମୟ ପ୍ରଦାନ କରିବ । ଏଥିସହ ଝାରସୁଗୁଡ଼ା ସମ୍ବଲପୁର-ଝାରସୁଗୁଡ଼ା ମେମୁ ଟ୍ରେନ୍‌ ଆସନ୍ତା ୨୦ରୁ ୫ ଫେବ୍ରୁଆରୀ ମଧ୍ୟରେ ଉଭୟ ପାଶ୍ୱର୍ରୁ ବାତିଲ ହେବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.