ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିଷାକ୍ତ ସାପକୁ ବିଶ୍ବାସ କରିପାରିବେ କିନ୍ତୁ ବିଜେପି ଉପରେ ନୁହେଁ: ମମତା ବାନାର୍ଜୀ

Image Courtesy: tv9hindi

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି । ଯଦି ଜିତିବା ଲାଗି ଆପଣଙ୍କର ଏତେ ଆତ୍ମବିଶ୍ବାସ ତେବେ ରେଡ୍‌ କାହିଁକି କରୁଛନ୍ତି । ବିଜେପି ନେତା ଏନଆଇଏ-ବିଏସଏଫ୍‌କୁ ନେଇ ବୁଲୁଛନ୍ତି କାହିଁକି ବୋଲି କୁଚବିହାର ରାଲିରେ ବିଜେପିକୁ ପ୍ରଶ୍ନ କରିଛନ୍ତି ମମତା । ଏପରିକି ବିଜେପି ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ମମତା ବାନାର୍ଜୀ କହିଛନ୍ତି ଯେ, ଜଣେ ବିଷାକ୍ତ ସାପ ଉପରେ ବିଶ୍ବାସ କରିପାରିବ କିନ୍ତୁ ବିଜେପିକୁ ନୁହେଁ ।  ବେଙ୍ଗଲ ନିର୍ବାଚନ ଉପରେ ନିର୍ବାଚୟ ଆୟୋଗ ନଜର ରଖିବେ ବୋଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ନେଇ ମମତା ତେରଛା ବାଣ ମାରିଛନ୍ତି । ଆପଣ ନିର୍ବାଚନ ଆୟୋଗକୁ ବି କିଣି ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । 

ମମତା ବାନାର୍ଜୀ କହିଛନ୍ତି ଯେ, ଟିଏମସି କେନ୍ଦ୍ରୀୟ ଏଜେନ୍ସିର ଧମକ ଆଗରେ ହାର ମାନିବ ନାହିଁ । ଏପ୍ରିଲ ୧୯ରେ ହେବାକୁ ଥିବା ମତଦାନ ପୂର୍ବରୁ ବିଏସଏଫ ଯବାନଙ୍କ ଦ୍ବାରା ଯଦି ସ୍ବାନୀୟ ଲୋକଙ୍କୁ ଅତ୍ୟାଚାର କରାଯାଏ ତେବେ ପୋଲିସରେ ଅଭିଯୋଗ କରିବା ପାଇଁ ଉପସ୍ଥିତ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ମମତା । ସେ ଆହୁରି କହିଛନ୍ତି ଯେ, କେନ୍ଦ୍ରୀୟ ତଦନ୍ତ ଏଜେନ୍ସି, ଏନଆଇଏ, ଆୟକର ବିଭାଗ, ବିଏସଏଫ୍‌ ଏବଂ ସିଆଇଏସ୍‌ଏଫ ବିଜେପି ପାଇଁ କାମ କରୁଛନ୍ତି । ବିଜେପି କେବଳ ‘ଏକ ରାଷ୍ଟ୍ର ଏକ ପାର୍ଟି’ ସିଦ୍ଧାନ୍ତକୁ ପାଳନ କରୁଛି । ଦୁର୍ଭାଗ୍ୟର କଥା ଯେ, ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ଅନେକ ଅପରାଧିକ ମାମଲା ରହିଛି ତାଙ୍କୁ ଦେଶର ଗୃହ ରାଷ୍ଟ୍ର ମନ୍ତ୍ରୀ କରାଯାଇଛି । ଆମେ ତାଙ୍କୁ ବରଖାସ୍ତ କରିଥିଲୁ । ଏବେ ସେ ବିଜେପିର ସଂପତ୍ତି ବୋଲି ମମତା କହିଛନ୍ତି । 

 ବିଜେପିକୁ ଟାର୍ଗେଟ କରି ମମତା ଆହୁରି କହିଛନ୍ତି ଯେ, ୨୦୨୧ ସୀତଲକୁଚିରେ ୫ ଜଣଙ୍କ ହତ୍ୟା ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଇଥିବା ବିଜେପିର ସତ ସାମ୍ନାକୁ ଆସିଛି । ଏହା ସହ ରାଜ୍ୟରେ ସିଏଏ ଏବଂ ଏନଆରସି ଲାଗୁ କରାଇ ଦେବୁ ନାହିଁ କହିବା ସହ ବିଜେପିକୁ ‘ଠକାମୀ’ ଦଳର ନାଁ ଦେଇଛନ୍ତି ମମତା ବାନାର୍ଜୀ । ବୈଧ ନାଗରିକଙ୍କୁ ବିଦେଶୀ କରିବାର ଜାଲ ହେଉଛି ସିଏଏ । ଥରେ ସିଏଏ ଲାଗୁ ହେଲେ ଏନଆରସି ଲାଗୁ କରିବାକୁ ବାଧ୍ୟ । ତେଣୁ ପଶ୍ଚିମବଙ୍ଗରେ ସିଏଏ ଏବଂ ଏନଆରସି ଲାଗୁ କରାଇବାକୁ ଦିଆଯିବ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି । 

 

  • CM Mamata
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.