ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୨୧/୦୯:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ । କେନ୍ଦୁଝର ଷ୍ଟାଡିୟମରେ ମର୍ଣ୍ଣିଙ୍ଗ ୱାକ୍ କରିବା ସହ ଚା ଖଟିରେ ‘ଚାଏ ପେ ଚର୍ଚ୍ଚା’ କରିଛନ୍ତି ମୋହନ ମାଝୀ । ସ୍ଥାନୀୟଲୋକ ଏବଂ କ୍ରୀଡ଼ାବିତ୍‌ଙ୍କ ସହ କରିଛନ୍ତି ଆଲୋଚନା । 

ଶନିବାର ସକାଳ ୭ ଟା ୫୦ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଷ୍ଟାଡିୟମଠାରେ ପହଞ୍ଚି ଜନସାଧାରଣଙ୍କ ସହ ମର୍ଣ୍ଣିଙ୍ଗ ୱାକ୍ କରିଥିଲେ । ବିଭିନ୍ନ କ୍ଲବ, ସଙ୍ଗଠନ ଏବଂ ପ୍ରତିଦିନ ଷ୍ଟାଡିୟମରେ ଦୌଡ କରୁଥିବା ଶହଶହ ଯୁବକ ଯୁବତୀମାନଙ୍କ ସହ ପଡିଆରେ ମର୍ଣ୍ଣିଙ୍ଗ ୱାକ୍‌ କରିଥିଲେ । ଏଥି ସହିତ କିଛି ଆଥଲେଟ୍ ପିଲାଙ୍କ ସହ ପଡ଼ିଆରେ ମଧ୍ୟ ଦୌଡିଥିଲେ । ଏହି ସମୟରେ ‘ମର୍ଣ୍ଣିଂୱାକ୍ ସ୍ବାସ୍ଥ୍ୟ ପାଇଁ ହିତକର, ସମସ୍ତେ କରିବା କଥା’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ଷ୍ଟାଡିୟମ ନିକଟସ୍ଥ ବିଦେଶୀ ଚାହା ଦୋକାନରେ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ପୁରୁଣା ବନ୍ଧୁ, କେନ୍ଦୁଝର ସହରର ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 'କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରିଣୀ ଓ ଆରାଧ୍ୟା ଦେବତା ପ୍ରଭୁ ବଳଦେବ ଜୀଉଙ୍କ କୃପାରୁ ବିଜୟ ଲାଭ କରି ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛି । କେନ୍ଦୁଝରର ବିକାଶ ପାଇଁ ବିରୋଧୀ ଦଳରେ ଥିବା ବେଳେ ସବୁବେଳେ ସ୍ୱର ଉତ୍ତୋଳନ କରି ଆସିଥିଲି । କେନ୍ଦୁଝର ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ଯାହା ଯାହା ଆବଶ୍ୟକତା ଅଛି, ତାକୁ ବିଚାରକୁ ନେଇ ଆଗାମୀ ଦିନରେ କେନ୍ଦୁଝର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯିବ। ଜିଲ୍ଲାରୁ ଦାରିଦ୍ର୍ୟ ହଟିବ ଏବଂ କେନ୍ଦୁଝର ଜିଲ୍ଲାର ପ୍ରାକୃତିକ ସମ୍ପଦର ସୁବିନିଯୋଗ କରାଯାଇ ଜିଲ୍ଲାକୁ ସମୃଦ୍ଧି ପଥରେ ଆଗେଇ ନିଆଯିବ ବୋଲି ସେ କହିଥିଲେ ।' ଏହି ଅବସରରେ ଚା ଦୋକାନୀ ବିଦେଶୀବାବୁଙ୍କୁ ମୁଖ୍ୟମନ୍ତ୍ରୀ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଚା ଦୋକାନରେ ପୁରୁଣା ବନ୍ଧୁମାନଙ୍କ ସହିତ ମିଶି ପୁରୁଣା ଦିନର ସ୍ମୃତି ମନେପକାଇ ଖୁସି ହୋଇଥିଲେ । ଏହା ସହ ନିଜ ଚିରାଚରିତ ଷ୍ଟାଇଲରେ ପୁରୁଣା ବନ୍ଧୁ, ସାଧାରଣ ଲୋକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ସହିତ କେନ୍ଦୁଝର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ।





  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.