ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ସାଢ଼େ ୩ ହଜାର କିମି ଅତିକ୍ରମ କରି ମହାରାଷ୍ଟ୍ର ଉପକୂଳରେ ପହଞ୍ଚିଲା ଅଲିଭ୍‌ ରିଡ୍‌ଲେ, ୨୦୨୧ରେ ଗହୀରମଥାରୁ କରାଯାଇଥିଲା ଟ୍ୟାଗିଂ

Published By : Prameya | April 16, 2025 2:43 PM

କେନ୍ଦ୍ରାପଡ଼ା,୧୬/୦୪ : କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ସାଟେଲାଇଟ୍‌ ଟ୍ୟାଗିଂ ହୋଇଥିବା ଅଲିଭ୍‌ ରିଡ୍‌ଲେ ମହାରାଷ୍ଟ୍ର ଉପକୂଳରେ ପହଞ୍ଚିଛି। ଗହୀରମଥାରୁ ଟ୍ୟାଗିଂ ହୋଇଥିବା ଅଲିଭ୍‌ ରିଡ୍‌ଲେ କ୍ରମିକ ନଂ. ୩୨୩୩ ଜାନୁଆରୀ ମାସରେ ମହାରାଷ୍ଟ୍ରର ରତ୍ନଗିରି ମୁହାଣରେ ପହଞ୍ଚିଥିବା ଭାରତୀୟ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ଡ. ବାସୁଦେବ ତ୍ରିପାଠୀ ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ ୨୦୨୧ ମସିହାରେ ଓଡ଼ିଶାର ଋଷିକୂଲ୍ୟା ମୁହାଣ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରାୟ ୧୨ ହଜାର ଅଲିଭ୍‌ ରିଡ୍‌ଲେଙ୍କ ସାଟେଲାଇଟ୍‌ ଟ୍ୟାଗିଂ କରାଯାଇଥିଲା । ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଚିହ୍ନଟ ହୋଇଥିବା ଅଲିଭ୍‌ ରିଡ୍‌ଲେ ଗହୀରମଥାରେ ଟ୍ୟାଗିଂ କରାଯାଇଥିଲା ବୋଲି ଡ. ତ୍ରିପାଠୀ କହିଛନ୍ତି । 

ଇତିମଧ୍ୟରେ ଉକ୍ତ ଅଲିଭ୍‌ ରିଡ୍‌ଲେ ମୋଟ ୧୦୭ ଥର ଗଣ ଅଣ୍ଡାଦାନରେ ସାମିଲ ହୋଇ ସାରିଥିବା ବେଳେ ରତ୍ନଗିରିରେ ୧୨୦ ଅଣ୍ଡାଦାନ କରିଛି । ଭାରତର ପୂର୍ବ ଉପକୂଳ ଏବଂ ପଶ୍ଚିମ ଉପକୂଳରେ କୌଣସି ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିବା ପ୍ରଥମ ଘଟଣା । ଉକ୍ତ ଅଲିଭ୍‌ ରିଡ୍‌ଲେ ଶ୍ରୀଲଙ୍କା ଉପକୂଳ ଅଭିମୁଖେ ଯାତ୍ରା କରିବ ବୋଲି ଆକଳନ କରାଯାଉଥିବା ବେଳେ ଏହା ତା’ର ଗତିପଥ ବଦଳାଇଥିଲା ଓ ମହାରାଷ୍ଟ୍ରକୁ ଆସିଥିଲା । 

ପ୍ରକାଶଥାଉ କି, ଅଲିଭ୍‌ ରିଡ୍‌ଲେଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଚଳିତ ବର୍ଷ ଗହୀରମଥାରେ ୨ଟି ଅଲିଭ୍‌ ରିଡ୍‌ଲେଙ୍କଠାରେ ସାଟେଲାଇଟ୍‌ ଟ୍ରାନ୍ସମିଟର ଲାଗିଥିଲା । ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନ (ଡବ୍ଲୁଆଇଆଇ) ସହଯୋଗରେ ଓଡ଼ିଶା ବନ ବିଭାଗ ତରଫରୁ ୨ଟି ମାଈ ଅଲିଭ୍‌ ରିଡ୍‌ଲେଙ୍କ ଦେହରେ ଏହି ଟ୍ରାନ୍ସମିଟର ଖଞ୍ଜାଯାଇଥିଲା । ଯାହା ଜରିଆରେ ଅଲିଭ୍‌ ରିଡ୍‌ଲେର ଗତିବିଧି ଓ ଜୀବନଶୈଳୀ ବିଷୟରେ ଅର୍ଥାତ୍‌ ପାଣି ମଧ୍ୟରେ ସେ କେତେ ସମୟ ରହୁଛି, ସେ ବିଷୟରେ ସବିଶେଷ ସୂଚନା ଦେବାକୁ ସକ୍ଷମ ହେବ । ତତ୍କାଳ ଏସମ୍ବନ୍ଧରେ ଡବ୍ଲୁଆଇଆଇକୁ ତଥ୍ୟ ମିଳିଯିବ । ୨୦୦୧ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାରଙ୍କ ବନ ବିଭାଗ ଓ ଡବ୍ଲୁଆଇଆଇ ଦ୍ୱାରା ଦେବୀ ବେଳାଭୂମିରେ ୪ଟି କଇଁଛଙ୍କ ଦେହରେ ପିଟିଟି ଖଞ୍ଜା ଯାଇଥିଲା । ସାଟେଲାଇଟ୍‌ ଟ୍ୟାଗିଂ ପରେ କଇଁଛମାନେ ସମୁଦ୍ର ମଧ୍ୟକୁ ପ୍ରବେଶ କରିଥିଲେ । ସେମାନଙ୍କ ମଧ୍ୟରୁ କେବଳ ଗୋଟିଏ କଇଁଛ ବିଷୟରେ ସୂଚନା ମିଳିଥିଲା । ଉକ୍ତ କଇଁଛ ଶ୍ରୀଲଙ୍କା ଅଭିମୁଖେ ଯାଉଥିବା ଦୃଶ୍ୟମାନ ହୋଇଥିଲା । ତା’ ପରେ ଦୁର୍ଭାଗ୍ୟବଶତଃ ୨ରୁ ୩ ମାସ ମଧ୍ୟରେ ସମସ୍ତ କଇଁଛଙ୍କଠାରୁ ସୂଚନା ମିଳିବା ବନ୍ଦ ହୋଇଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.