ଭୁବନେଶ୍ୱର ୨୯/୦୩: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ OWSSB(ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ) ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ। ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ। ଚଢ଼ାଉ। ସକାଳୁ ଘରେ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ। ଚଢାଉରେ ୭ ଡିଏସପି, ୯ ଇନ୍ସପେକ୍ଟର, ୧୦ ଏଏସଆଇ, ସାମିଲ। ଜଟଣୀ, ଖୋର୍ଦ୍ଧା, ଭୁବନେଶ୍ବର, କଟକରେ ଚଢ଼ାଉ ଚାଲିଛି।
ସୂଚନା ଅନୁଯାଇ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଖୋର୍ଦ୍ଧା ଜଟଣୀ ସ୍ଥିତ ଘର, ଭୁବଗନେଶ୍ୱରର ଆଇଗିଣିଆ ସ୍ଥିତ ଏକ ଭଡ଼ା ଘର, ଜଟଣା ସ୍ଥିତ ଦୁଇ ମହଲା ବିଶିଷ୍ଟ ଘର, ଜଟଣୀ ସ୍ଥିତ ଆଉ ଏକ ତିନି ମହଲା ବିଶିଷ୍ଟ ନିର୍ମାଣାଧୀନ ଘର, ବନଦୁର୍ଗା ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୁଇଟି ଦୋକାନ, କଟକ ଚୌଦ୍ୱାର ସ୍ଥିତ ସମ୍ପର୍କୀୟଙ୍କ ଘର ଏବମ ଭୁବନେଶ୍ୱର ସ୍ଥିତ ତାଙ୍କ ଅଫିସ୍ରେ ଏକକାଳୀନ ଚଢାଉ କରୁଛି ଭିଡିଲାନ୍ସ ଟିମ୍ । ତେବେ ବର୍ତ୍ତମାନ ଯାଏ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଭିଜିଲାନ୍ସର ଚଢାଉ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।