ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଶୁକ୍ରବାରଠୁ ସିଟି ନାମଲେଖା ଆବେଦନ, ଅଗଷ୍ଟ ୧୫ ଯାଏ ଚାଲିବ ପକ୍ରିୟା

ଭୁବନେଶ୍ୱର,୨୬/୦୭: ଆଜିଠୁ ଆରମ୍ଭ ହେବ ଡିପ୍ଲୋମା ଇନ୍‌  ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍‌ଇଡି) ତଥା ସିଟି ପାଠ୍ୟକ୍ରମ ନାମଲେଖା ଆବେଦନ । ଏନେଇ ଗୁରୁବାର ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା  ଓ ପ୍ରଶିକ୍ଷଣ ପରିଷଦ (ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 

ବିଜ୍ଞପ୍ତି ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ସାଢ଼େ ୨ଟାରୁ ଅନ୍‌ଲାଇନ୍‌ରେ ଆବେଦନ ଆରମ୍ଭ ହେବ । ଅଗଷ୍ଟ ୧୫ ତାରିଖ ମଧ୍ୟ ରାତି ଯାଏ ଆବେଦନ ସୁଯୋଗ  ରହିବ । ଆବେଦନକାରୀମାନେ ଅଗଷ୍ଟ ୧୫ ଯାଏ ଆବେଦନ ଫି  ଦାଖଲ କରିବେ । ସାମ୍‌ସ ୱେବ୍‌ସାଇଟ୍‌ରେ ନାମଲେଖା ହେବ । ରାଜ୍ୟରେ ଥିବା  ୬୮ କଲେଜରେ ନାମଲେଖା ହେବ । ଏସ୍‌ସିଇଆର୍‌ଟି ୱେବ୍‌ସାଇଟ୍‌ରେ ଥିବା ତଥ୍ୟ  ଅନୁଯାୟୀ, ରାଜ୍ୟରେ ସିଟି ନାମଲେଖା ପାଇଁ ମୋଟ ୬୫୫୦ ସିଟ୍‌ ରହିଛି । ନାମଲେଖା  ସଂପର୍କିତ ସମସ୍ତ ସୂଚନା ସାମ୍‌ସ ୱେବ୍‌ସାଇଟ୍‌ www.samsodisha.gov.in ରେ ଉପଲବ୍ଧ ରହିଛି । 

ଓଡ଼ିଆ, ଇଂରାଜୀ, ସାନ୍ତାଳୀ, ଉର୍ଦ୍ଦୁ, ତେଲୁଗୁ ଓ ହିନ୍ଦୀରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ।  ୯୦ ମାର୍କର ପରୀକ୍ଷା ହେବ । ସମସ୍ତ ପ୍ରଶ୍ନ ଏମ୍‌ସିକ୍ୟୁ ରହିବ । ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର  ବ୍ୟବସ୍ଥା କରାଯିବ । ଆବେଦନ ସମୟରେ କୌଣସି ଅସୁବିଧା କିମ୍ବା ତ୍ରୁଟି ଦେଖାଯାଏ,  ଟୋଲ୍‌ ଫ୍ରି ନମ୍ବର ୧୫୫୩୩୫/୧୮୦୦୩୪୫୬୭୭୦ରେ ଯୋଗାଯୋଗ କରିପାରିବେ । 

ସୂଚନାଯୋଗ୍ୟ, ଗତ ବର୍ଷ ଜୁଲାଇ ୨୦ରୁ ପାଠପଢ଼ା ଆରମ୍ଭ ହୋଇଥିଲା । ୬୮ଟି  ଶିକ୍ଷାନୁଷ୍ଠାନରେ ମୋଟ୍‌ ୬ହଜାର ୧୦୪ ଜଣ ଶିକ୍ଷାର୍ଥୀ ନାମଲେଖାଇଥିଲେ । ହେଲେ  ଚଳିତ ବର୍ଷ ଶୁକ୍ରବାର ଠାରୁ ଆବେଦନ ଆରମ୍ଭ ହେବ । ଯାହାକୁ ନେଇ ଶିକ୍ଷାର୍ଥୀଙ୍କ  ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.