ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ଫଳ, ସୂଚନା ଦେଲେ ବୋର୍ଡ ସଭାପତି

Published By : Prameya | April 8, 2025 1:20 PM

କଟକ ୦୮/୦୪: ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ଖୁବ୍‌ଶୀଘ୍ର ଟାବୁଲେସନ୍‌ ପ୍ରକ୍ରିୟା ଆରମ୍ଭ ହେବ। ଟାବୁଲେସନ୍‌ ପରେ ପରୀକ୍ଷା ଫଳ ପ୍ରସ୍ତୁତ ଲାଗି ପ୍ରୋସେସିଂ କରାଯିବ । ମେ ମାସ ୨ୟ ସପ୍ତାହରେ ଦଶମ ଫଳ ପ୍ରକାଶନ ଲାଗି ସମୟ ଧାର୍ଯ୍ୟ କରାଯାଇଥିବା ନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ଆହୁରି ବୋର୍ଡ ସଭାପତି କହିଛନ୍ତି ଯେ,ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ଖାତା ମୂଲ୍ୟାୟନ ମାର୍ଚ୍ଚ ୩୦ ତାରିଖ ମଧ୍ୟରେ ସାରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସେହି ସମୟ ବିଭିନ୍ନ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ଅନ୍ୟ ପରୀକ୍ଷା ଏବଂ ନାମଲେଖା କାର୍ଯ୍ୟକ୍ରମ ରହିଥିଲା। ତେଣୁ ମଝିରେ ୩ରୁ ୪ ଦିନ ବିଳମ୍ବ ହୋଇଥିଲା। ଧାର୍ଯ୍ୟ ସମୟର ସାମାନ୍ୟ ବିଳମ୍ବରେ ଖାତାଦେଖା ସରିଛିି। ତେବେ ମେ ଦ୍ବିତୀୟ ସପ୍ତାହ ମଧ୍ୟରେ ମାଟ୍ରିକ୍ ଫଳ ପ୍ରକାଶନ  ଲାଗି ସମୟ ଧାର୍ଯ୍ୟ ରହିଥିବାରୁ ଟାବୁଲେସନ୍‌ ଓ ମାର୍କ ପ୍ରୋସେସିଙ୍ଗ୍‌ କାର୍ଯ୍ୟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଶେଷ କରିବାକୁ ଧାର୍ଯ୍ୟ ରଖିଛନ୍ତି । ରୋଲ୍‌ ନମ୍ବର ଆଧାରରେ ମାର୍କ ପ୍ରୋସେସିଂ କାର୍ଯ୍ୟ ପରେ ସାର୍ଟିଫିକେଟ୍‌ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.