ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଭିଜିଲାନ୍ସ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ ହେଲେ ମଧ୍ୟ ଫୌଜଦାରୀ ମାମଲା ଚାଲିବ

Published By : Prameya | April 11, 2025 9:16 AM

କଟକ,୧୧/୦୪: ଭିଜିଲାନ୍ସ ମାମଲାରେ ଯଦି କୌଣସି ସରକାରୀ କର୍ମଚାରୀଙ୍କ  ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ ହୋଇଯାଏ, ସେହି ଆଧାରରେ ତାଙ୍କ  ବିରୋଧରେ ଥିବା ଫୌଜଦାରୀ ମାମଲା ରଦ୍ଦ ହୋଇପାରିବ ନାହିଁ ବୋଲି ହାଇକୋର୍ଟ  ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ପୂର୍ବରୁ ଏକ ମାମଲାରେ ହାଇକୋର୍ଟ କୌଣସି  ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ ହେଲେ ସେହି  ଆଧାରରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ  ଥିବା କ୍ରିମିନାଲ ପ୍ରୋସିଡିଂ ରଦ୍ଦ ହୋଇଯିବ ବୋଲି  ରାୟ ଶୁଣାଣିଥିଲେ । ଏହି ଆଦେଶ ଆଧାରରେ  ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଥିବା ନିର୍ମଳ ଚନ୍ଦ୍ର  ପ୍ରଧାନ ଏବଂ ଅନ୍ୟମାନେ ସେମାନଙ୍କ ବିରୋଧରେ  କ୍ରିମିନାଲ୍‌ ପ୍ରୋସିଡିଂକୁ ରଦ୍ଦ ପାଇଁ ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

ସେମାନେ ଦର୍ଶାଇଥିଲେ, ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନରୁ  ସେମାନେ ଛାଡ଼ ପାଇ ସାରିଛନ୍ତି । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ ହୋଇଥିବାରୁ ସେହି  ଆଧାରରେ କ୍ରିମିନାଲ ପ୍ରୋସିଡିଂ ମଧ୍ୟ ରଦ୍ଦ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀମାନେ ପ୍ରାର୍ଥନା କରିଥିଲେ । ବିଚାରପତି ଜଷ୍ଟିସ୍‌ ଶିବଶଙ୍କର ମିଶ୍ର ସମସ୍ତ  ମାମଲାରେ ଏକତ୍ର ଶୁଣାଣି କରି ଗତ ମାର୍ଚ୍ଚ ୧୦ରେ ରାୟ ସଂରକ୍ଷିତ ରଖିଥିଲେ ।  ଗୁରୁବାର ରାୟ ପ୍ରକାଶ କରି ଆବେଦନକାରୀଙ୍କ ପିଟିସନ୍‌କୁ ଖାରଜ କରିଛନ୍ତି ।  ଭିଜିଲାନ୍ସ ପକ୍ଷରୁ ମାମଲାକୁ ଏଏସ୍‌ସି ନିରଞ୍ଜନ ମହାରଣା ପରିଚାଳନା କରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.