ନୀଳଗିରି,୦୨/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ହସ୍ପିଟାଲ ପରିସରରେ ମହିଳା କଲେଜର ଛାତ୍ରୀଙ୍କ ସହ ସଫେଇ କଲେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ । ଗାନ୍ଧୀ ଜୟନ୍ତୀ ଅବସରେ ସଫେଇ କରିବା ପରେ କୁଢ଼ କୁଢ଼ ଅଳିଆ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବିଧାୟକ । ହସ୍ପିଟାଲରେ ସକାଳେ କିଭଳି ସଫେଇ ହେଉଥିଲା ଏନେଇ ସଂସ୍ଥାର ସୁପରଭାଇଜରଙ୍କୁ ଡାକି ତାଗିଦ କରିବା ସହ ରକ୍ତ ପରୀକ୍ଷା କେନ୍ଦ୍ର ଅଚାନକ ପରିଦର୍ଶନ କରିଥିଲେ । ରୋଗୀ ରହୁଥିବା ୱାର୍ଡ ପରିଦର୍ଶନ କରି ପରିବେଶ ଯାଞ୍ଚ କରିଥିଲେ । ବାହାରେ ପଡିରହିଥିବା କେବୁଲ ତାର ଓ ଠିକାଦାର କରିଥିବା କାର୍ଯ୍ୟର ଏଭଳି ଅବ୍ୟବସ୍ଥା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ହସ୍ପିଟାଲର ସୁପରିଟେଣ୍ଡଙ୍କ ସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ନିର୍ଦେଶ ଦେଇଥିଲେ ।
ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆପକୁ ଝଟକା,...