ଭୁବନେଶ୍ୱର, ୦୮/୦୧ : ଆସନ୍ତା ଦୁଇ ଦିନ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ବୁଧବାର ସକାଳୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କେନ୍ଦୁଝର, ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ଗଞ୍ଜାମରେ କୁହୁଡ଼ି ହୋଇଛି । ଗୁରୁବାର ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ଗଞ୍ଜାମ ଓ କଳାହାଣ୍ଡିରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଛି ।
ସୂଚନାନୁଯାୟୀ, ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍, କୋରାପୁଟରେ ୯.୪ ଡିଗ୍ରୀ ରହିଥିଲା । ଫୁଲବାଣୀରେ ୧୦, ରାଉରକେଲାରେ ୧୧.୩, ଅନୁଗୁଳରେ ୧୧.୬, ଭଦ୍ରକରେ ୧୧.୮, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୧୨ ଡିଗ୍ରୀ ରହିଥିଲା । ଅଧିକାଂଶ ସ୍ଥାନର ତାପମାତ୍ରା ୧୩ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଥିଲା । ଆଗକୁ ରାତି ତାପମାତ୍ରା ବଢ଼ିବ ଓ ଶୀତ ଆହୁରି କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।