କୋଣାର୍କ,୮।୧(ଆପ୍ର) ବିଶ୍ବ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ବୁଧବାର ଦିନତମାମ ପ୍ରବାସୀଙ୍କ ଗହଳି ଲାଗି ରହିଥିଲା। ଦୁବାଇ, ଇଂଲଣ୍ଡ, ଆମେରିକା, ମାଲେସିଆ ଓମାନ,କେନିଆ ଆଦି ଦେଶରୁ ପ୍ରାୟ ୭୦ରୁ ଅଧିକ ପ୍ରବାସୀ କୋଣାର୍କ ବୁଲିବାକୁ ଆସିଥିଲେ।
ଏହି ଅବସରରେ ଆମେରିକା ଟେକସାସର ଡ଼ଃ ଶରତ ଲଖନ ପାଲ କହିଛନ୍ତି ଆମକୁ ବହୁତ୍ ଭଲ ଲାଗୁଛି। ଭାରତ ସରକାର ଆମକୁ ସମ୍ବର୍ଦ୍ଧନା କରିବା ପାଇଁ ଡାକିଛନ୍ତି। ଓଡ଼ିଶା ବହୁତ ସୁନ୍ଦର । ପ୍ରବାସୀ ଭାରତୀୟଙ୍କ ପାଇଁ କୋଣାର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାସ୍ତା ଉଭୟ ପାର୍ଶ୍ବରେ ଯାନବାହାନ ପାର୍କିଂ ବାରଣ କରାଯାଇଛି। କୋଣାର୍କ ସୂର୍ଯ୍ୟମନ୍ଦିରରେ ଆଲୋକ ବ୍ୟବସ୍ଥା ବଢ଼ାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।