ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ

Published By : Harapriya Sethi | January 9, 2025 1:11 PM

ଭୁବନେଶ୍ୱର,୦୯/୦୧: ପ୍ରବାସୀ ଭାରତୀୟ ଦିବସର ଦ୍ୱିତୀୟ ଦିନ । ଓଡ଼ିଶାରେ ଏକାଠି ହୋଇଛନ୍ତି ପ୍ରବାସୀ ଭାରତୀୟମାନେ । ଏହି ସମ୍ମେଳନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରବାସୀଙ୍କୁ ଉଦବୋଧନ କରିଥିଲେ । ପ୍ରବାସୀ ଭାରତୀୟ ଦିବସର ଶୁଭ ଉଦ୍‌ଘାଟନର ଅବସରରେ ସେ ଦୂର ଦେଶରୁ ଆସିଥିବା ସମସ୍ତ ପ୍ରବାସୀ ଭାରତୀୟ ମିତ୍ରଙ୍କୁ ସ୍ୱାଗତ କରିଥିଲେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସ୍ୱାଗତ କରିଥିଲେ । କେବଳ ସେତିକି ନୁହେଁ, ଓଡ଼ିଶା ପ୍ରତି ଥିବା ପ୍ରେମ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ଏହି ଅବସରରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାରୁ ତ୍ରିନିଦାଦ ଏବଂ ଟୋବାଗୋର ସଭାପତି ଶ୍ରୀମତି କ୍ରିଷ୍ଟିନ କାର୍ଲା କଙ୍ଗାଲୁଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କରି ଏହି ଦିବସର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ନିଜ ମନ୍ତବ୍ୟରେ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦେଇଥିଲେ । ସମସ୍ତ ପ୍ରବାସୀ ଭାରତୀୟଙ୍କୁ ବିଶ୍ୱର ଆମ୍ୱାସାଡର ବୋଲି ସମ୍ୱୋଧନ କରି ପୁଞ୍ଜିନିବେଶ ପାଇଁ ଅପିଲ୍‌ କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ କହିଥିଲେ । ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ । ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ଆଗକୁ ବଢୁଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । 

ଏହାରି ମଧ୍ୟରେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏହାର ଏୈତିହ୍ୟର କାରୁକାର୍ଯ୍ୟକୁ ମଧ୍ୟ ବଖାଣିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର । ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ବିଷୟରେ ବର୍ଣ୍ଣନା କରି ଓଡ଼ିଆ ପରମ୍ପରାକୁ ସାରା ବିଶ୍ୱର ପ୍ରବାସୀ ଭାଇ ଭଉଣୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏସବୁ ପ୍ରବାସୀ ଭାରତୀୟଙ୍କୁ ପୁଞ୍ଜିନିବେଶରେ ବହୁ ମାତ୍ରାରେ ସହଯୋଗ କରିବ ବୋଲି କହିଥିଲେ । ପର୍ଯ୍ୟଟନ କ୍ଷେତ୍ର ବୁଲି ସାଥିରେ ଅଭିଜ୍ଞତା ନେଇ ଫେରନ୍ତୁ ବୋଲି ପ୍ରବାସୀଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.