ପ୍ରମୂଖ ଖବର
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"

Published By : Prameya | January 9, 2025 11:18 AM

ଭୁବନେଶ୍ଵର, ୦୯/୦୧ : ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ଵାଗତ କରିଛନ୍ତି। ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କୁ ଉଦବୋଧନ ଦେଇଛନ୍ତି। ସେ ଓଡ଼ିଶାର ଗୌରବମୟ ଐତିହ୍ୟ ବାଖ୍ୟା କରିଛନ୍ତି। 

ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ। କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ। ଏଥିପାଇଁ ସବୁଠି ଉତ୍ସବର ବାତାବରଣ। ଓଡ଼ିଶା ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ। ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ। ଏହାକୁ ସ୍ମରଣ ପାଇଁ ବାଲିଯାତ୍ରା ପାଳନ ହୁଏ।

ଧଉଳି ଶାନ୍ତିର ପ୍ରତୀକ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଧଉଳି ଶାନ୍ତିର ପ୍ରତୀକ। ସମ୍ରାଟ ଅଶୋକ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଛନ୍ତି ମୋଦି। ସେ ପୁଣି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ବିଶ୍ୱର ବହୁ ନେତାଙ୍କ ସହ ଭେଟିଛି। ସେମାନେ ନିଜ ଦେଶରେ ଥିବା ପ୍ରବାସୀ ଭାରତୀୟଙ୍କର ଖୁବ୍‌ ପ୍ରଶଂସା କରିଥାନ୍ତି। ଏହା ପଛରେ ରହିଛି ସାମାଜିକ ମୂଲ୍ୟବୋଧ। ଗଣତନ୍ତ୍ର ଏବଂ ବିବିଧତା ଆମ ଲାଇଫ୍‌ଲାଇନ୍। ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କାରଣ ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ। ଭାରତୀୟ ଯେଉଁଠି ଯାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି। ବିଶ୍ଵର ପ୍ରତ୍ୟେକ ନେତା ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରନ୍ତି। ପ୍ରତି ପ୍ରବାସୀଙ୍କ ହୃଦୟ ଭାରତ ପାଇଁ ସ୍ପନ୍ଦନ କରୁଛି।

ଭାରତ ବିଶ୍ଵରେ ପଞ୍ଚମ ବୃହତ ଅର୍ତନୀତି ହୋଇଛି

ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୁତପୂର୍ବ। ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ। ଭାରତ ବିଶ୍ଵରେ ପଞ୍ଚମ ବୃହତ ଅର୍ତନୀତି ହୋଇଛି। ଖୁବଶୀଘ୍ର ବିଶ୍ଵ ଅର୍ଥନୀତିରେ ତୃତୀୟ ସ୍ଥାନକୁ ଉନ୍ନୀତ ହେବୁ। ଆଜି ଭାରତ ଫାଇଟର୍ ଜେଟ୍ ନିର୍ମାଣ କରୁଛି। ଭାରତ କଥାକୁ ଆଜି ପୁରା ବିଶ୍ଵ ଶୁଣୁଛି। 

ପ୍ରବାସୀଙ୍କ ସମସ୍ୟା ଦୂର କରିବା ଆମ ଦାୟିତ୍ଵ

ମୋଦି କହିଛନ୍ତି ଯେ, ପୂର୍ବରୁ ପ୍ରବାସୀମାନେ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲେ। ଏବେ କିନ୍ତୁ ସମୟ ବଦଳିଛି, ଆମେ ପ୍ରବାସୀଙ୍କୁ ଗୁରୁତ୍ଵ ଦେଉଛୁ। ପ୍ରବାସୀଙ୍କ ସମୃଦ୍ଧି ଓ ସୁରକ୍ଷା ଉପରେ ଗୁରୁତ୍ଵ ଦେଉଛୁ। ସଙ୍କଟ ସମୟରେ ଆପଣ ଯେଉଁଠି ବି ଥାଆନ୍ତୁ ଆମେ ସାହାଯ୍ୟ କରିବୁ। ଭାରତର ବିକାଶରେ ଆପଣଙ୍କର ଯୋଗଦାନ ପ୍ରଶଂସାଯୋଗ୍ୟ। ଆପଣଙ୍କ ଯୋଗଦାନ ବିକଶିତ ଭାରତ ଯାତ୍ରାକୁ ଆହୁରି ଶକ୍ତି ଦେବ। ଭାରତର ଐତିହ୍ୟ କେବଳ ମେଟ୍ରୋ କିମ୍ଵା ବଡ଼ ସହରରେ ସୀମିତ ନୁହେଁ। ଛୋଟ ଛୋଟ ସହର ଏବଂ ଗାଁରେ ବି ଐତିହ୍ୟ ଲୁଚି ରହିଛି। ଆପଣଙ୍କ ପିଲାମାନଙ୍କୁ ଛୋଟ ଛୋଟ ସହରରେ ବୁଲାନ୍ତୁ। 

ପ୍ରବାସୀଙ୍କୁ ଟାସ୍କ ଦେଲେ ମୋଦି

ପରବର୍ତ୍ତୀ ସମୟରେ ଯେତେବେଳେ ଭାରତ ଆସୁଛନ୍ତି ସେତେବେଳେ ଅତିକମ୍‌ରେ ନିଜର ୫ ଜଣ ବିଦେଶୀ ବନ୍ଧୁଙ୍କୁ ସାଙ୍ଗରେ ଆଣନ୍ତୁ। ଭାରତର ପ୍ରକୃତ ଇତିହାସକୁ ଆଗକୁ ଆଣନ୍ତୁ। ଯେଉଁଠି ବି ରୁହନ୍ତୁ ଆମର ପ୍ରକୃତ ଇତିହାସ ଜାଣନ୍ତୁ। ଯେଉଁଠି ରହୁଛନ୍ତି, ସେଠି ପୁରସ୍କାର ସମାରୋହ ଆୟୋଜନ କରାନ୍ତୁ। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ମୂଳ ନିବାସୀଙ୍କୁ ପୁରସ୍କୃତ କରାନ୍ତୁ। ଏଥିରେ ଆପଣଙ୍କୁ ଭାରତୀୟ ଦୂତାବାସ ସହଯୋଗ କରିବ। ଏହାଦ୍ଵାରା ସେଠିକାର ଲୋକଙ୍କ ସହ ସମ୍ପର୍କ ବଢିବ। ଆମ ବିଦେଶ ନୀତିର ଏହା ପ୍ରମୁଖ ନିୟମ। ଗତ ୨ ବର୍ଷରେ ଆମେ ୧୪ଟି ଦୂତାବାସ/କନସୁଲେଟ୍ ଖୋଲିଛୁ। 

ଲୋକାଲକୁ ଗ୍ଲୋବାଲ୍ କରନ୍ତୁ

ମୋଦି ପୁଣି କହିଛନ୍ତି ଯେ, ଲୋକାଲକୁ ଗ୍ଲୋବାଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ। ମେଡ୍ ଇନ୍ ଇଣ୍ଡିଆ ଫୁଡ୍ ପ୍ୟାକେଟ୍‌, ପୋଷାକ କିଣନ୍ତୁ। ସେଠି ନମିଳିଲେ ଅନଲାଇନ୍‌ରେ ଅର୍ଡର କରନ୍ତୁ। ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟକୁ କିଚେନ୍, ଡ୍ରଇଂ ରୁମ୍, ଏବଂ ଉପହାରରେ ସାମିଲ କରନ୍ତୁ। ଏହା ବିକଶିତ ଭାରତରେ ବଡ଼ ଯୋଗଦାନ କରିବ। 

ଏହି ଅବସରରେ ମୋଦି ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବା ସହ ପ୍ରବାସୀ ଭାରତୀୟ ଏକଜିଭିସନ୍ ବୁଲି ଦେଖିଛନ୍ତି। ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଏଥିପାଇଁ ଆଜି ଅପରାହ୍ମରେ ଭୁବନେଶ୍ୱରରେ ପହଞ୍ଚିବେ ରାଷ୍ଟ୍ରପତି।











 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.