ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଚନ୍ଦ୍ରଭାଗାରେ ବିଶ୍ୱ ଶାନ୍ତି ନବଗ୍ରହ ଯଜ୍ଞ ଅନୁଷ୍ଠିତ

Published By : Harapriya Sethi | January 9, 2025 2:07 PM

କୋଣାର୍କ,୦୯/୦୧: ଗୁରୁବାର ଚନ୍ଦ୍ରଭାଗାରେ ରାଜ୍ୟ ଶାକଦ୍ୱୀପ ଦୈବଜ୍ଞ ବ୍ରାହ୍ମଣ ମହାସଙ୍ଘ ପକ୍ଷରୁ ପବିତ୍ର ଶାମ୍ବ ଦଶମୀରେ ବିଶ୍ଵର ଶାନ୍ତି, ମୈତ୍ରୀ, ପ୍ରଗତି ଏବଂ କଲ୍ୟାଣ ନିମନ୍ତେ ତ୍ରିଦିବସୀୟ ବିଶ୍ଵଶାନ୍ତି ନବଗ୍ରହ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଓଡ଼ିଶାର ବହୁ ସ୍ଥାନରୁ ଶ୍ରଦ୍ଧାଳୁମାନେ ଏଥିରେ ଯୋଗଦାନ କରିଥିଲେ । ଅର୍କକ୍ଷେତ୍ର ଚନ୍ଦ୍ରଭାଗାଠାରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପଗ୍ରସ୍ତ ହୋଇ ଦୂରାରୋଗ୍ୟ କୋଷ୍ଠ ବ୍ୟାଧିରେ ପୀଡିତ ଥିଲେ। କୃଷ୍ଣ, ନାରଦ ତଥା ଦେବଗଣଙ୍କ ପରାମର୍ଶ କ୍ରମେ ଶାକଦ୍ବୀପରୁ ନୈଷ୍ଠିକ ସୌରାଂଶୀ ବ୍ରାହ୍ମଣ(ଦୈବଜ୍ଞ) ମାନଙ୍କୁ ଅଣାଇ ବିଶେଷ ସୌର ଉପଚାର ଓ ସୌର ପୂଜନରେ ବ୍ୟାଧି ମୁକ୍ତ କରାଇଥିଲେ। ସେବେଠାରୁ ସକଳଶକ୍ତିର ଆଧାର ସୂର୍ଯ୍ୟ ନାରାୟଣଙ୍କ ଉଦ୍ଦେଶ୍ୟରେ ଶାମ୍ବ ଦଶମୀ ତିଥିରେ ଅର୍କ କ୍ଷେତ୍ରରେ ଶାକଦ୍ବୀପ ବ୍ରାହ୍ମଣ ମାନଙ୍କ ଦ୍ବାରା ବିଶେଷ ସୂର୍ଯ୍ୟ ପୂଜନ କରାଯାଉଛି।

ଏଥିରେ ସଭାପତି ପଣ୍ଡିତ ଗୋପାଳ ଚନ୍ଦ୍ର ଦାଶ, ସମ୍ପାଦକ ରମାକାନ୍ତ ମହାପାତ୍ର, ସନ୍ତୋଷ କୁମାର ମିଶ୍ର, ପ୍ରେମାନନ୍ଦ ସେନାପତି, ରଙ୍ଗାଧର ମହାପାତ୍ର, ପଶ୍ଚିମ ଓଡ଼ିଶାରୁ ପଣ୍ଡିତ ଦୟାନିଧି ଖଡ଼ିରତ୍ନ, କାଳନ୍ଦୀ ଚରଣ ମହାପାତ୍ର, ଶଶିଭୂଷଣ ନାୟକ, ବିଶିଷ୍ଟ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ପ୍ରମୁଖ ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.