ଭୁବନେଶ୍ବର,୮।୧ : ଆୟକର ହାତରେ ହଂସିତାଙ୍କ ପ୍ରଥମ ସ୍ବାମୀ ।ଖଣ୍ଡଗିରି ନିକଟରୁ ହଁସିତାଙ୍କ ପ୍ରଥମ ସ୍ବାମୀଙ୍କୁ ଧରିଲା ଆୟକର ବିଭାଗ । ହଁସିତାଙ୍କ ପ୍ରଥମ ସ୍ବାମୀ ହେଉଛନ୍ତି ସରୋଜ ସାହୁ । ହଂସିତା ଗିରଫ ଖବର ପରେ ଭୁବନେଶ୍ବରରେ ପହଞ୍ଚିଥିଲେ ସରୋଜ । ହଁସିତାଙ୍କୁ ଜେଲରେ ମଧ୍ୟ ଭେଟିଥିଲେ ସରୋଜ । ଗଞ୍ଜାମର ଜଣେ ବ୍ୟବସାୟୀ ଭାବେ ସରୋଜ ଜଣାଶୁଣା।
ପୂର୍ବତନ ଏମ୍ପି ତଥା ଏକ ବଡ଼ ଏନ୍ଜିଓର ମାଲିକ ମଧ୍ୟ ହଂସିକାଙ୍କ ଶିକାର ହୋଇଥିଲେ । ଉକ୍ତ ଏନ୍ଜିଓକୁ ୫୦ କୋଟି ଡୋନେସନ୍ କରାଇ ଦେବାକୁ କହିଥିଲେ ହଂସିକା । କିଛି ଦିନ ପରେ ଡୋନେସନ୍ କରାଇ ଦେଇଥିଲେ ମଧ୍ୟ । ସେଥିପାଇଁ ହଂସିକା ୨୦% କମିଶନ ମାଗିଥିଲେ । ହେଲେ ଏନ୍ଜିଓ ସଂସ୍ଥା ମାଲିକ ମନା କରିଦେଇଥିଲେ । ହଂସିକା ତାଙ୍କୁ ଫଟୋ ଓ ଭିଡିଓ ଦେଖାଇ ବ୍ଲାକ୍ମେଲ କରିଥିଲେ । କିଛି ଉପାୟ ନ ପାଇ ଏନ୍ଜିଓ ସଂସ୍ଥା ମାଲିକଙ୍କ କର୍ମଚାରୀ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ହଂସିକା ଓ ତାଙ୍କ ସହଯୋଗୀ ଅନିଲ୍ ମହାନ୍ତିଙ୍କ ପାଇଁ ଅଡୁଆ ବଢ଼ିଛି । ଅଳ୍ପ ଦିନରେ କେମିତି ସେ କୋଟି କୋଟି ଟଙ୍କା ରୋଜଗାର କଲେ ତାକୁ ନେଇ ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ (ଆଇଟି) । ମଙ୍ଗଳବାର ବିଭାଗ ପକ୍ଷରୁ ହଂସିକା ଓ ଅନିଲ୍ଙ୍କ ଫ୍ଲାଟ୍, ନୟାପଲ୍ଲୀ ଘର, ଦିଲ୍ଳୀରେ ଥିବା ଢାବା, ଝାଡ଼ଖଣ୍ଡରେ ଥିବା ହଂସିକାଙ୍କ ଅଫିସ୍, ରଘୁନାଥପୁରରେ ଥିବା ଅନିଲ୍ଙ୍କ ଅଫିସ୍ ସହ ୧୨ଟି ସ୍ଥାନରେ ଚଢ଼ଉ କରିଛି । ଚଢ଼ଉ ସମୟରେ କୋଟି କୋଟି ଟଙ୍କାର ବେଆଇନ ହିସାବ ଥିବା କାଗଜପତ୍ର ଜବତ କରାଯାଇଛି ।