ଭୁବନେଶ୍ୱର,୦୯/୦୧: ଆସନ୍ତା ଫେବ୍ରୁଆରୀରେ ଲାଗୁ ହେବ ଆୟୁଷ୍ମାନ ଯୋଜନା । ଏହି ଯୋଜନା ନେଇ କ୍ୟାବିନେଟ୍ରେ ପାରିତ ହେବ । ଏହା ପରେ ଆସନ୍ତା ୧୩ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବ । ଏହା ପରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ । ଅୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନା କାର୍ଡ ମିଳିବ । ପୂର୍ବରୁ ଏହି ଯୋଜନା ଅଧିନରେ ୯୫୬ ହସ୍ପିଟାଲ ସାମିଲ ଥିଲା । ଏବେ ସମଗ୍ର ଭାରତ ବର୍ଷରେ ୨୭ ଶହ ହସ୍ପିଟାଲରେ ହିତାଧିକାରୀ ଚିକିତ୍ସା ପାଇପାରିବେ । ଇନ୍ସ୍ୟୁରାନ୍ସ ନୁଁହେ ଲୋକଙ୍କୁ ଏସ୍ୟୁରାନ୍ସ ମୋଡ୍ରେ ଚିକିତ୍ସା ମିଳିବ ଶ୍ରୀ ମହାଲିଙ୍ଗ କହିଛନ୍ତି ।