ଭୁବନେଶ୍ୱର,୦୮/୦୧: ପ୍ରବାସୀ ଭାରତୀୟ ମହାକୁମ୍ଭ ଶୁଭାରମ୍ଭ । ଜନତା ମଇଦାନରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଶୁଭାରମ୍ଭ ହୋଇଛି । ଗୁରୁବାର ଏହାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାରି ମଧ୍ୟରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ କହିଛନ୍ତି ଯେ, ବିକାଶକୁ ଠିକ୍ ଟ୍ରାକ୍ରେ ଚଳେଇବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ହାତ ଧରି ନେଉଛନ୍ତି । ସେଥିପାଇଁ ଓଡିଶାକୁ ବାରମ୍ବାର ଆସୁଛନ୍ତି ମୋଦି । ନେତା ଓ କର୍ମୀ ତ ଉତ୍ସାହିତ କିନ୍ତୁ ଯେଉଁଭଳି ଭାବେ ୨୪ ବର୍ଷ ଧରି ବିକାଶ ଧାରା ବାଧା ପ୍ରାପ୍ତ ହୋଇଛି ତାକୁ ସଜାଡ଼ିବାକୁ ମୋଦି ପ୍ରୟାସ କରୁଛନ୍ତି ।