ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପୁଣି ୪ବର୍ଷ ଅପେକ୍ଷା, ଜାଣନ୍ତୁ କେବେ ଏବଂ କେଉଁଠି ହେବ ଆଗାମୀ କ୍ରିକେଟ ବିଶ୍ବକପ

ନୂଆଦିଲ୍ଲୀ,୨୨/୧୧ : ବିଶ୍ବକପ ୨୦୨୩ଶେଷ ହୋଇଛି । ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବା ପରେ ମଧ୍ୟ ଟିମ୍ ଇଣ୍ଡିଆ ଟ୍ରଫି ଉଠାଇବାରୁ ବଞ୍ଚିତ ହୋଇଛି । ଏବେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ବିଶ୍ବକପ ଟ୍ରଫି ଟିମ୍ ଇଣ୍ଡିଆ ହାତରେ ଦେଖିବାକୁ ଆହୁରି ୪ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ଦିନିକିଆ କ୍ରିକେଟର ଆଗାମୀ ବିଶ୍ବକପ ୨୦୨୭ରେ ହେବାକୁ ଅଛି । ଏହି ବିଶ୍ବକପର ଆୟୋଜନ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଏବଂ ନାମବିୟା ନିକଟରେ ରହିଛି ।  

ଏହା ଦ୍ବିତୀୟ ଥର ପାଇଁ ହେବ ଯାହାକି ଆଫ୍ରିକା ମହାଦ୍ବୀପରେ ବିଶ୍ବକପ ଖେଳାଯିବ । ଏହା ପୂର୍ବରୁ ୨୦୦୩ର ଆୟୋଜନ ବି ଆଫ୍ରିକାରେ ହୋଇଥିଲା । ସେତେବେଳେ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାଓ୍ବେ ସହ କେନିଆ ବିଶ୍ବକପ ମ୍ୟାଚର ଆୟୋଜନ କରିଥିଲେ । ଉକ୍ତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାଓ୍ବେ ଗ୍ରୁପ ଷ୍ଟେଜରୁ ବାହାରି ଯାଇଥିଲେ କିନ୍ତୁ କେନିଆ ସେମିଫାଇନାଲ ପର୍ଯ୍ୟନ୍ତ ଯାଇଥିଲା । ସେମିଫାଇନାଲରେ କେନିଆ ଭାରତଠାରୁ ପରାସ୍ତ ହୋଇଥିଲା । 

୨୦ବର୍ଷ ପୂର୍ବରୁ ଆଫ୍ରିକାରେ ହୋଇଥିବା ଏହି ବିଶ୍ବକପ୍ ଟିମ୍ ଇଣ୍ଡିଆ ଲାଗି ସ୍ମରଣୀୟ ଥିଲା। ୧୯୮୩ପ‌ରେ ଭାରତୀୟ ଦଳ ପ୍ରଥମ ଥର ବିଶ୍ବକପ ଫାଇନାଲରେ ପହଞ୍ଚି ଥିଲା । ମାତ୍ର ସେତେବେଳେ ବି ଭାରତକୁ ଅଷ୍ଟେ୍ରଲିଆଠାରୁ ପରାଜୟ ହେବାକୁ ପଡ଼ିଥିଲା । 

ଆୟେଜକ ଭାବେ ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାଓ୍ବେ ବିଶ୍ବକପ ୨୦୨୭ଖେଳିବା ଏବେ ନିର୍ଦ୍ଧାର୍ଯ୍ୟ କିନ୍ତୁ ନାମବିୟା ସହ ଏଭଳି ହେବନାହିଁ । ତାକୁ ନିଜ ସ୍ଥାନ ଆାଗାମୀ କିଛି ବର୍ଷରେ ପ୍ରସ୍ତୁତ କରିବାକୁ ପଡ଼ିବ । ନାମବିୟାର ବିଶ୍ବକପ ଏଣ୍ଟ୍ରି ଅନ୍ୟ ଦଳମାନଙ୍କ ଭଳି ହେବ । 

ଆାଗୀମ ବିଶ୍ବକପରେ ୧୪ଟି ଟିମ୍ ଭାଗ ନେ‌ବେ । ଏଥିରେ ଦୁଇଟି ଟିମ୍ ପ୍ରଥମରୁ ଚୁଡ଼ାନ୍ତ ହୋଇଛି । ଏହାପରେ ବିଶ୍ବକପ ପୂର୍ବରୁ ଏକ ସମୟସୀମା ମଧ୍ୟରେ ଆଇସିସି ଓ୍ବାନଡେ ରାଙ୍କିଂର ଟପ୍-୮ଟିମ୍‌କୁ ସିଧାସଳଖ ବିଶ୍ବକପ ଟିକେଟ ମିଳିଯିବ । ବାକି ୪ଟି ଟିମ୍ କ୍ବାଲିଫାଇର୍ସ ମୁକାବିଲାରେ କ୍ରିକେଟର ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଏଣ୍ଟ୍ରି ନେଇପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.