ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିଲାନି ନ୍ୟୁଜଲାଣ୍ଡ, ଗ୍ରୁପ୍‌ -ଏରେ ଶୀର୍ଷରେ ରହିଲା ଭାରତ

Published By : Bijay Swain | March 2, 2025 10:08 PM

ନୂଆଦିଲ୍ଲୀ: ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ତଥା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୪୪ ରନରେ ଜିତିଲା ଭାରତ। ୨୫୦ ରନ୍‌ର ଟାର୍ଗେଟ୍‌ ପିଛା କରି ୪୫.୩ ଓଭରରେ ସମସ୍ତ ଓ୍ୱିକେଟ୍‌ ହରାଇ ୨୦୫ ରନ୍‌ କରି ପାରିଛି ନ୍ୟୁଜିଲାଣ୍ଡ। ଏହି ବିଜୟ ସହ ଭାରତ ଗ୍ରୁପ୍‌-ଏର ଶୀର୍ଷରେ ରହିଛି। ଭାରତ ସେମିଫାଇନାଲ ଅଷ୍ଟ୍ରେଲିଆ ସହ ଖେଳିବ।

ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ମ୍ୟାଟ ହେନରୀଙ୍କ ଶାଣିତ ବୋଲିଂର ଉଚିତ୍ ମୁକାବିଲା କରି ନ ପାରି ୯ ଓ୍ଵିକେଟ୍ ହରାଇ ୨୪୯ ରନ କରିଥିଲା ଭାରତ। ଶ୍ରେୟସ ଆୟର ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା  ଉପଯୋଗୀ ୪୫ ରନ କରିଛନ୍ତି। ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ରହିଛି ୨୫୦ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୪୨ ରନ ଦେଇ ୫ ସଫଳତା ପାଇଛନ୍ତି।

ଗ୍ରୁପ୍‌-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରି ସାରିଛନ୍ତି। ବର୍ତ୍ତମାନର ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଓ ଭାରତ ପ୍ରଥମ ସ୍ଥାନରେ ରହିଛନ୍ତି। ଏହି ଗ୍ରୁପ୍‌ରୁ ପାକିସ୍ତାନ ଓ ବାଂଲାଦେଶ ବିଦାୟ ନେଇ ସାରିଛନ୍ତି। ଆଜିର ମ୍ୟାଚ୍‌ ପରେ ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଭାରତ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ଦଳ ଦକ୍ଷିଣ ଆଫ୍ରିକାର ସାମ୍ନା କରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.