ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

ଶ୍ରେୟସ ଆୟରଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦମଦାର ଇଂନିସ୍‌ , ନ୍ୟୁଜିଲାଣ୍ଡକୁ ଏହି ଟାର୍ଗେଟ୍‌ ଦେଲା ଭାରତୀୟ ଟିମ୍‌

Published By : Prameya | March 2, 2025 6:12 PM

ଦୁବାଇ : ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ମ୍ୟାଚ୍‌ ନମ୍ୱର-୧୨ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡର ସାମ୍ନା ସାମ୍ନି ହୋଇଛନ୍ତି। ଉଭୟ ଟିମ୍‌ ମଧ୍ୟରେ ଏହି ମୁକାବିଲା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ହେଉଛି। ଏହି ମୁକାବିଲାରେ ଭାରତୀୟ ଟିମ୍‌ ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ୨୫୦ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତ ପାଇଁ ଶ୍ରେୟସ ଆୟର ସବୁଠୁ ଅଧିକ ୭୯ ରନ୍‌ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୪୫ ରନ୍‌ର ଆକ୍ରାମକ ଇଂନିସ୍‌ ଖେଳିଛନ୍ତି। 

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୯ ୱିକେଟ୍‌ରେ ୨୪୯ ରନ୍‌ କରିଛି। ଭାରତୀୟ ଟିମ୍‌ର ଆରମ୍ଭ ଭଲ ନଥିଲା ଏବଂ ଏହା ପ୍ରଥମେ ପାୱାରପ୍ଲେରେ ୩ଟି ୱିକେଟ୍ ହରାଇ ଥିଲା। ଭାରତକୁ ୩ୟ ଓଭରରେ ପ୍ରଥମ ଝଟକା ଲାଗିଛି। ଉପ-ଅଧିନାୟକ ଶୁଭମନ ଗିଲ୍‌ ୨ ରନ୍‌ କରି ଦ୍ରୁତ୍‌ ବୋଲ ମ୍ୟାଟ୍‌ ହେନରୀଙ୍କର ବଲ୍‌ରେ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇ ଥିଲେ। ୬ଷ୍ଠ ଓଭରରେ ଅଧିନାୟକ ରୋହିତ ଶର୍ମା (୧୫) ପୁଲ୍‌ ସଟ୍‌ ମାରିବାର ପ୍ରୟାସରେ କ୍ରାଇଲ୍‌ ଜେମିସନଙ୍କ ବଲ୍‌ରେ ୱିଲ୍‌ ୟଙ୍ଗଙ୍କ ହାତରେ ଧରାପଡ଼ି ଥିଲେ। ଏହାପରେ ବିରାଟ କୋହଲି ଭାବେ ଭାରତୀୟ ଟିମ୍‌କୁ ବଡ଼ ଝଟକା ଲାଗିଥିଲା, ଯିଏକି ହେନରୀଙ୍କର ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। କୋହଲିଙ୍କ କ୍ୟାଚ୍‌ ଗ୍ଲେନ୍‌ ଫିଲିପ୍ସ ଏୟାରରେ ଡାଇଭ୍‌ ମାରି ଧରିଥିଲେ। କୋହଲି ଦୁଇ ଚୌକା ସାହାଯ୍ୟରେ ୧୧ରନ୍‌ କରିଥିଲେ। 

୩ଟି ୱିକେଟ୍‌ ଯିବା ପରେ ଅକ୍ଷର ପଟେଲ ଓ ଶ୍ରେୟସ ଆୟର ମିଶି ଭାରତୀୟ ଇଂନିସ୍‌କୁ ସମ୍ଭାଳି ଥିଲେ। ଉଭୟଙ୍କ ମଧ୍ୟରେ ୪ର୍ଥ ୱିକେଟ୍‌ ପାଇଁ ୯୮ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଏହି ସମୟରେ ଶ୍ରେୟସ ୭୫ଟି ବଲ୍‌ରେ ନିଜର ଫିଫ୍ଟି ପୂରଣ କରିଥିଲେ। 

ଗ୍ରୁପ୍‌-ଏ’ରେ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି ଲେଖାଏଁ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରି ସାରିଛନ୍ତି। ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ଗ୍ରୁପ୍‌ରୁ ପାକିସ୍ତାନ ଓ ବାଂଲାଦେଶ ବିଦାୟ ନେଇଛନ୍ତି। ଆଜି ମ୍ୟାଚ୍‌ ଉପରେ ସେମି ଫାଇନାଲ୍‌ କ୍ରୀଡ଼ାସୂଚୀ ନିର୍ଭର କରୁଛି। ଗ୍ରୁପ୍‌-ଏ’ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିବା ଦଳ ସେମିରେ ଅଷ୍ଟ୍ରେଲିଆକୁ ଭେଟିବ ଓ ଦ୍ୱିତୀୟ ସ୍ଥାନରେ  ରହୁଥିବା ଦଳ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରିବ । 


ଚୂଡ଼ାନ୍ତ ଏକାଦଶ:-

ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ  ଗିଲ୍‌, ବିରାଟ କୋହଲି, ଶ୍ରେୟାସ ଆୟର, ରିଷଭ  ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ୱାସିଂଟନ  ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ/, ମହମ୍ମଦ ସାମି, ଅର୍ଶଦୀପ ସିଂହ । 

ନ୍ୟୁଜିଲାଣ୍ଡ: ଡେଭନ କନୱେ, ରଚିନ ରବିନ୍ଦ୍ର,  କେନ ୱିଲିୟମସନ, ଡାରିଲ ମିଚେଲ, ଟମ  ଲାଥମ, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍‌, ମିଚେଲ ସାଣ୍ଟନର(ଅଧିନାୟକ), କେଲି ଜାମିସନ,  ମାଟ୍‌ ହେନରୀ, ୱିଲ ଓ’ରୁର୍କ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.