ପ୍ରମୂଖ ଖବର
  • କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ
  • ||
  • WPL 2025: ଆଜି ୟୁପି-ଗୁଜରାଟ ଜାଏଣ୍ଟ୍‌ସ ଲଢ଼େଇ, ବିଜୟ ଧାରାକୁ ଫେରିବାକୁ ସବୁ ଶକ୍ତି ଖଟାଇବେ ୱାରିଅର୍ସ
  • ||
  • ବୌଦ୍ଧ : ୩୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନଗଦ ଟଙ୍କା ଜବତ, ମାଫିଆ ଫେରାର
  • ||
  • ପୁରୀ : ତାରିଣୀ ମନ୍ଦିରରୁ ଲୁଟ୍‌, କଟର୍‌ରେ ହୁଣ୍ଡି କାଟି ଦାନ ଟଙ୍କା ନେଇଗଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ, ପୂରଣ ହେବ ୧୦୮୩ ପଦବି
  • ||
  • ତିଗିରିଆରେ ବାରହା ଆକ୍ରମଣରେ ୨ ଆହତ, ହସ୍ପିଟାଲରେ ଭର୍ତ୍ତି
  • ||
  • ରାୟଗଡ଼ା : ୨୧ କେଜି ଗଞ୍ଜେଇ ଜବତ, ୨ ଚାଲାଣକାରୀ ଗିରଫ
  • ||
  • ପାରିବାରିକ କଳହର କରୁଣ ପରିଣତି: ସ୍ୱାମୀକୁ ମାରି ପୋତିଦେଲା ସ୍ତ୍ରୀ, ତିନି ଦିନ ପରେ ଆତ୍ମସମର୍ପଣ
  • ||
  • କାମାକ୍ଷାନଗର : ଦୁଇ ଦନ୍ତା ସଙ୍ଘର୍ଷରେ ଗୋଟିଏ ହାତୀର ମୃତ୍ୟୁ, ଚାଷ ଜମିରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜନତା ଦରବାରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ପଞ୍ଜିକରଣ କରିଛନ୍ତି ୧ ହଜାର ଅଭିଯୋଗକାରୀ
  • ||
  • ଉମରକୋଟ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚନ୍ଦ୍ରପୃଷ୍ଠରେ ‘ବ୍ଲୁ ଘୋଷ୍ଟ’ର ସଫଳ ଅବତରଣ, ମହାକାଶ ଗବେଷଣାରେ ଘରୋଇ କମ୍ପାନିର ବାଜିମାତ୍
  • ||
  • ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌: ସୋମବାର ହାଜର ହେବେ ଦୀପାଳି ଓ ବିଶାଲ !
  • ||
  • ରାଜ୍ୟରେ ପାରଦ ଉପରମୁହାଁ: ୩୮ ଡିଗ୍ରୀ ଡେଇଁଲା ବୌଦ୍ଧ, ବଲାଙ୍ଗୀର,୧୦ ସହର ତାପମାତ୍ରା ୩୭ ଡିଗ୍ରୀ ପାର୍
  • ||

IPL 2025: କେକେଆର’ର ନୂଆ ଅଧିନାୟକ ଅଜିଙ୍କ୍ୟ ରାହାଣେ, ଆୟର ଭାଇସ୍‌ କ୍ୟାପ୍ଟେନ୍‌

Published By : Tapas Panda | March 3, 2025 4:04 PM

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ(କେକେଆର)ର ନୂଆ ଅଧିନାୟକଙ୍କୁ ନେଇ ଚର୍ଚ୍ଚା । ଅଜିଙ୍କ୍ୟ ରାହାଣେ କେକେଆରର ନେତୃତ୍ବ ନେବେ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ରେ କେକେଆର ଅଧିନାୟକ ହେବେ । ଆଇପିଏଲ ୨୦୨୪ ବିଜେତା କେକେଆର ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ପୁଣି ଥରେ ଟ୍ରଫି ଜିତିବାକୁ ପ୍ରୟାସ କରିବ । ଅତୀତରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ଥିବା ରାହାଣେ ଏଥର ଆଇପିଏଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଦଳର ନେତୃତ୍ୱ ନେବେ । 

ଭେଙ୍କଟେଶ ଆୟର ଦଳର ଉପ ଅଧିନାୟକ ରହିବେ । ଆଇପିଏଲର ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ମଧ୍ୟରୁ ଗୋଟିଏ KKRର ନେତୃତ୍ୱ ନେବା ସମ୍ମାନର କଥା ବୋଲି ରାହାଣେ କହିଛନ୍ତି । ସେ କହିଛନ୍ତି, ‘ମୁଁ ଭାବୁଛି ଆମର ଏକ ଉତ୍କୃଷ୍ଟ ଏବଂ ସନ୍ତୁଳିତ ଦଳ ଅଛି । ମୁଁ ସମସ୍ତଙ୍କ ସହିତ କାମ କରିବାକୁ ଏବଂ ଆମର ଟାଇଟଲ୍ ଜିଣିବାର ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ଅପେକ୍ଷା କରିଛି ।’




କେକେଆାର ସିଇଓ ଭେଙ୍କି ମହୀଶୂର କହିଛନ୍ତି ଯେ, ଆମେ ଅଜିଙ୍କ୍ୟ ରାହାଣେଙ୍କ ପରି ଜଣେ ବ୍ୟକ୍ତିଙ୍କୁ ପାଇ ଖୁସି । ରାହାରେ ନିଜର ଦକ୍ଷତା ବଳରେ ଟିମ୍‌କୁ ଆଗକୁ ନେବେ ।  ଏହା ସହିତ ଭେଙ୍କଟେଶ ଆୟର କେକେଆରର ଜଣେ ଉତ୍ତମ ଖେଳାଳି । ତାଙ୍କ ପାଖରେ ନେତୃତ୍ବ ନେବାର ଦକ୍ଷତା ରହିଛି   ।  ଆମେ ନିଶ୍ଚିତ ଯେ ସେମାନେ ଆମର ଟାଇଟଲ୍‌ ହାସଲର ଏହି ଯାତ୍ରାକୁ ଆଗକୁ ନେବେ । ତେବେ ଗତ ଆଇପିଏଲ ସିଜିନ୍‌ରେ ଶ୍ରେୟସ ଆୟରଙ୍କ ନେତୃତ୍ବରେ କୋଲକାତା ନାଇଟ୍‌ ରାଇଡର୍ସ ଟ୍ରଫି ଜିତିଥିଲା । କିନ୍ତୁ ୨୦୨୫ ଆଇପିଏଲ ଲାଗି ହୋଇଥିବା ମେଗା ଅକ୍ସନରେ ତାଙ୍କୁ ରିଲିଜ୍‌ କରି ଦେଇଥିଲା ଦଳ । ଏବେ ଶ୍ରେୟସ ଆୟାର ପଞ୍ଜାବ କିଙ୍ଗ୍ସ ଟିମ୍‌ରେ ସାମିଲ ହୋଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.