ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଏମ୍‌ଏସ୍‌ଏମ୍‌ଇ ପାଇଁ ନୂଆ କ୍ରେଡିଟ୍‌ ଗ୍ୟାରେଣ୍ଟି ସ୍କିମ୍, ଆସିବ ଇ-କମର୍ସ ରପ୍ତାନି ହବ୍‌

ନୂଆଦିଲ୍ଲୀ, ୨୪/୦୭ : ଦେଶର ମାନୁଫାକ୍‌ଚରିଂ କ୍ଷେତ୍ରକୁ ବଳ ଦେବାକୁ ବଜେଟରେ ହୋଇଛି ବିଶେଷ ଘୋଷଣା । ଏଥିରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ କେନ୍ଦ୍ର ସରକାର ବିଶେଷ ଘୋଷଣା କରିଛନ୍ତି । ଏମ୍‌ଏସ୍‌ଏମ୍‌ଇ ଆସିଛି ନୂଆ କ୍ରେଡିଟ୍‌ ଗ୍ୟାରେଣ୍ଟି ସ୍କିମ । ସେଲ୍‌ଫ ଫାଇନାନ୍ସି ଗ୍ୟାରେଣ୍ଟି ପାଣ୍ଠି ଦ୍ୱାରା ବିନା କୌଣସି ବନ୍ଧକରେ ଏମ୍‌ଏସ୍‌ଏମ୍‌ଇ ପାଣ୍ଠି ସଂଗ୍ରହ (ଟର୍ମ ଋଣ) କରିବା ଏହା ଦ୍ୱାରା ସହଜ ହେବ । କ୍ରେଡିଟ ମୂଲ୍ୟାଙ୍କନ ପାଇଁ ନୂଆ ଆସେସ୍‌ମେଣ୍ଟ ମଡେଲ ଆସିବ । ପୂର୍ବରୁ ପ୍ରଚଳିତ ଆସେଟ ଭିତ୍ତିକ ମ୍ୟାଟ୍ରିକ୍ସ ବଦଳରେ ଡିଭିଟାଲ ଫୁଟପ୍ରିଣ୍ଟ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ । ସ୍ପେଶାଲ ମେନ୍‌ସନ ଆକାଉଣ୍ଟ ସହାୟତାରେ ଏମ୍‌ଏସ୍‌ଏମ୍‌ଇଙ୍କୁ କ୍ରେଡିଟ ସହାୟତା ଦିଆଯିବ । 

ଥ୍ରେଡସ ପ୍ଲାଟଫର୍ମରେ ସୀମାକୁ ୫୦୦ କୋଟିରୁ ୨୫୦ କୋଟିକୁ ହ୍ରାସ କରାଯାଇଛି । ୨୪ ନୂଆ ଶାଖା ଖୋଲିବ ସିଡବୀ । ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଏବଂ କ୍ୱାଲିଟି ଟେଷ୍ଟିଂ ଲ୍ୟାବ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ । ପାରମ୍ପରିକ କାରିଗର ଏବଂ ଏମ୍‌ଏସ୍‌ଏମ୍‌ଇ ଗୁଡିକୁ ଅନ୍ତର୍ଜାତୀୟ ବଜାରକୁ ରପ୍ତାନିରେ ପ୍ରୋତ୍ସାହିତ କରିବା ଲାଗି ଇ-କମର୍ସ ଏକ୍ସପୋର୍ଟ ହବ୍‌ ସ୍ଥାପନ କରାଯିବ । ଜାହାଜ ଚଳାଚଳ କ୍ଷେତ୍ର କ୍ଷେତ୍ର କ୍ରିଟିକାଲ ମିନେରାଲ ମିଶନ ଉପରେ ସରକାର ଫୋକସ୍‌ କରିବେ । ଏ କ୍ଷେତ୍ରରେ ଘରୋଇ ବଜାରରେ ରହିଥିବା କ୍ଷମତା ଏବଂ ବିଦେଶରେ ଅଧିଗ୍ରହଣ ଭଳି ଦିଗକୁ ଧ୍ୟାନରେ ରଖାଯିବ । ବିଭିନ୍ନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଲାଗି ଡିଭିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ଉପରେ ମଧ୍ୟ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ସେହିଭଳି ଇନ୍‌ସଲ୍‌ଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି (ଆଇବିସି) କ୍ଷେତ୍ରକୁ ଆହୁରି ଉନ୍ନତ କରିବା ଲାଗି ସମନ୍ୱିତ ଟେକ୍ନୋଲୋଜି ଫ୍ଲାଟଫର୍ମ ସହାୟକ ହେବ । ସେହିଭଳି ଋଣ ଅସୁଲି ଏବଂ ଲିମିଟେଡ ଲାଏବିଲିଟି ପାର୍ଟନରଶିପ (ଏଲ୍‌ଏଲ୍‌ପି) କୁ ବନ୍ଦ କରିବା ଲାଗି ଅତିରିକ୍ତ ସଂସ୍କାର ବ୍ୟବସ୍ଥା ଗ୍ରହଣ କରିବେ ସରକାର । ଇନ୍‌ସଲ୍‌ଭେନ୍ସି ସମାଧାନକୁ ତ୍ୱରାନ୍ୱିତ କରିବା ଲାଗି ନୂଆ ନ୍ୟାଶନାଲ କମ୍ପାନି ଲ ଟ୍ରିବ୍ୟୁନାଲ ସ୍ଥାପନ କରାଯିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.