ପ୍ରମୂଖ ଖବର

ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ କେବେ ଦାବିଦାର ନଥିଲି, ଆଜି ବି ନୁହେଁ : ଶିବରାଜ ସିଂ ଚୌହାନ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଙ୍ଗଳବାର କହିଛନ୍ତି ଯେ, ସେ ପୂର୍ବରୁ କିମ୍ବା ବର୍ତ୍ତମାନ ବି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ନଥିଲେ । ୨୦୨୩ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି କୌଣସି ମୁଖ୍ୟମନ୍ତ୍ରୀ ଚେହେରା ଉପସ୍ଥାପନ କରି ନାହିଁ । ମଧ୍ୟପ୍ରଦେଶରେ ବିଜେପି ୨୩୦ ଟି ବିଧାନସଭା ଆସନ ମଧ୍ୟରୁ ୧୬୩ ଟି ଜିତିଥିବା ବେଳେ କଂଗ୍ରେସ ୬୬ ଟି ଆସନ ଏବଂ ଭାରତ ଆଦିବାସୀ ପାର୍ଟି ଗୋଟିଏ ଆସନ ଜିତିଛି ।

ମୁଖ୍ୟମନ୍ତ୍ରୀ ଚୌହାନ ତାଙ୍କ ଅଫିସିଆଲ ଏକସ୍ ଆକାଉଣ୍ଟ ରେ ସେୟାର କରିଥିବା ଏକ ଭିଡିଓ ବିବୃତ୍ତିରେ କହିଛନ୍ତି ଯେ, ମୁଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ନା ପୂର୍ବରୁ ନା ଆଜି ଦାବିଦାର ନାହିଁ । ଏକ ଦଳୀୟ କାର୍ଯ୍ୟକର୍ତ୍ତା ଭାବରେ ମୁଁ ମୋର ସର୍ବୋତ୍ତମ କ୍ଷମତା, ବାସ୍ତବିକତା ଏବଂ ଦାୟିତ୍ବର ସହ ବିଜେପିର ସମସ୍ତ କାର୍ଯ୍ୟକୁ ନିଭାଇଛି ।  

 ମଧ୍ୟପ୍ରଦେଶର ଚାରିଥର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ, ଜଣେ ବିଜେପି କର୍ମୀ ହୋଇଥିବାରୁ ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ସେ କହିଛନ୍ତି, "ମୁଁ ଭାଗ୍ୟବାନ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ନେତା ଏବଂ ମୁଁ ତାଙ୍କ ସହ କାମ କରିବାର ସୁଯୋଗ ପାଇଲି । ମୋଦୀ ଜିଙ୍କ ନେତୃତ୍ୱରେ ଏକ ଗୌରବମୟ, ସମୃଦ୍ଧ ତଥା ଶକ୍ତିଶାଳୀ ଭାରତ ନିର୍ମାଣ କରାଯାଉଛି। ମୋଦୀ ଜୀ ଆମର ନେତା ଏବଂ ଆମେ ତାଙ୍କ ସହିତ କାମ କରିବା ସର୍ବଦା ଏକ ଆନନ୍ଦ ଅଟେ। ଶିବରାଜ ସିଂ ଚୌହାନ ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଲୋକମାନେ ବିଜେପିକୁ ଅଦୃଶ୍ୟ ସମର୍ଥନ ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.