ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଅନେକ ଲୋକଙ୍କର କେଶ ପାଚିବା ଏକ ବଡ଼ ସାଧାରଣ ସମସ୍ୟା ପାଲଟିଛି। କମ୍ ବୟସରେ ବା ୨୦ ବର୍ଷ ବୟସରେ ଲୋକଙ୍କ କେଶ ପାଚି ଯାଇଥାଏ। ଏହି ପାଚିଲା କେଶକୁ ଲୁଚାଇବା ପାଇଁ ହେୟାର କଲରର ବ୍ୟବହାର ଦ୍ୱାରା ଏହା କେଶକୁ ଆହୁରି ଅଧିକ ଧଳା କରି ଦିଏ। ଯଦି ଆପଣ ମଧ୍ୟ କେଶରେ ବାରମ୍ୱାର ହେୟାର କଲର ଲଗେଇ ଚିନ୍ତାରେ ତ ଏବେ ଏହି ନ୍ୟାଚୁରାଲ ଡାଇକୁ ଲଗାନ୍ତୁ। ଯାହାକି କେବଳ ଆପଣଙ୍କ ପାଚିଲା କେଶକୁ ଲୁଚାଇବାର କାମ କରି ନଥାଏ ବରଂ ନୂଆ କେଶକୁ ଧଳା ହେବାରେ ରୋକି ଥାଏ। ଜାଣନ୍ତୁ , ଏହି ନ୍ୟାଚୁରାଲ ହେୟାର ଡାଇ ବା ହେୟାର କଲରକୁ କେମିତି ଘରେ ପ୍ରସ୍ତୁତ କରିବା।
ଘରେ ପ୍ରାକୃତିକ ଉପାୟରେ ତିଆରି କରନ୍ତୁ ହେୟାର କଲର -
କାଲୋଞ୍ଜି ମଞ୍ଜି ୩-୪ ଚାମଚ ,
ଅଁଳା ପାଉଡର ଏକ ଚାମଚ ,
ଭୃଙ୍ଗରାଜ ପାଉଡର ଏକ ଚାମଚ ,
ନଡିଆ ତେଲ
ଏମିତି କରନ୍ତୁ ପର୍ମାନେଣ୍ଟ ହେୟାର କଲର –
୧- ପ୍ରଥମେ ଏକ ପାତ୍ରରେ ନଡିଆ ତେଲ ନିଅନ୍ତୁ ଏବଂ ଏଥିରେ କଲୋଞ୍ଜିର ମଞ୍ଜି ପକାଇ , ଏହାକୁ ଗୋଲଡେନ ବ୍ରାଉନ ହେବା ଯାଏ ଫ୍ରାଏ କରନ୍ତୁ।
୨- ଏହାପରେ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।
୩-ଏହି ପେଷ୍ଟରେ ଅଁଳା ପାଉଡର ଓ ଭୃଙ୍ଗରାଜ ପାଉଡର ସମ ପରିମାଣରେ ମିଶାନ୍ତୁ।
୪- ପେଷ୍ଟ କରିବାରେ ନଡ଼ିଆ ତେଲ ସାହାଯ୍ୟ କରିବ।
୫- ବର୍ତ୍ତମାନ ନାଚୁରାଲ ହେୟାର ଡାଇ ବା ହେୟାର କଲର ପ୍ରସ୍ତୁତ ହୋଇଗଲା। ଏହାପରେ ଏହି କଲରକୁ କେଶରେ ଯେଉଁଥି ପାଚିଲା କେଶ ଅଛି ସେଥିରେ ଲଗାନ୍ତୁ। ୨-୩ ଘଣ୍ଟା ପରେ କେଶକୁ ଧୋଇ ଦିଅନ୍ତୁ।
୬- ଏହି ପ୍ରାକୃତିକ ହେୟାର କଲରକୁ ସପ୍ତାହରେ ଅତି କମ୍ରେ ୨ରୁ ୩ଥର ବ୍ୟବହାର କରନ୍ତୁ , ଯାହାକି ଧିରେ ଧିରେ ପାଚିଲା କେଶର ସମସ୍ୟାକୁ ଦୂର କରି ପାରିବ। ଆଉ ନୂଆ କେଶ ପାଚିବ ନାହିଁ।