ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଏୟାରପୋର୍ଟରେ ନମାଜ ପଢାକୁ ନେଇ ଫ୍ରାନ୍ସରେ ବିବାଦ , ଉତ୍ତ୍ୟକ୍ତ ହେଲେ ଲୋକେ ; କ୍ଷମା ମାଗିଲା ଅଥୋରିଟି

ପ୍ୟାରିସ୍‌ : ଫ୍ରାନ୍ସର ଏକ ଏୟାରପୋର୍ଟରେ ନମାଜ ପଢାକୁ ନେଇ ସୃଷ୍ଟି ହୋଇଛି ବିବାଦ। ସୋସିଆଲ ମିଡ଼ିଆରେ ନମାଜ ପଢା ଯିବାର ଫଟୋ ସେୟାର ହେଉଛି ଏବଂ ଲୋକେ ପଚାରୁଛନ୍ତି ଏୟାରପୋର୍ଟ କଣ ବଦଳି ଯାଇ ଏବେ ମସଜିଦ୍‌ ହୋଇ ଯାଇଛି କି ? ଏହି ମାମଲା ସାମନାକୁ ଆସିବା ପରେ ଫ୍ରାନ୍ସ ସରକାର କାର୍ଯ୍ୟାନୁଷ୍ଠାନ ନେବା କଥା କହିଛନ୍ତି। ଏହା ପରେ ଏୟାରପୋର୍ଟ ଅଥୋରିଟି କ୍ଷମା ମାଗିଛି। 

ଉଲ୍ଲେଖନୀୟ ଯେ, ଫ୍ରାନ୍ସରେ ଏୟାରପୋର୍ଟ, ଷ୍ଟେସନ, ସ୍କୁଲ ଓ ବସ୍‌ ଷ୍ଟାଣ୍ଡ ଭଳି ସର୍ବସାଧାରଣ ସ୍ଥାନ ଗୁଡ଼ିକରେ ଧର୍ମର ପ୍ରଦର୍ଶନ କରିବାକୁ ମନା ହୋଇଛି। ଏହା ପରେ ଏୟାରପୋର୍ଟରେ ଖୋଲା ସ୍ଥାନରେ ନମାଜ ପଢିବା ନିୟମର ଉଲ୍ଲଙ୍ଘନ ହୋଇଛି। ଫ୍ରାନ୍ସର ବିମାନ ବନ୍ଦରରେ ସବୁ ଧର୍ମର ଲୋକଙ୍କ ପାଇଁ ଏକ କମନ୍‌ ସ୍ପେସ୍‌ ତିଆରି ହୋଇଛି। ଯେଉଁଠି ସେମାନେ ପ୍ରାର୍ଥନା କରି ପାରିବେ।

ଏହି ଘଟଣା ଫ୍ରାନ୍ସର ଚାର୍ଲସ ଡି ଗାଲେ ଏୟାରପୋର୍ଟର ଡିପାର୍ଚର ହଲ୍‌ର। କୁହାଯାଉଛି କି, ଜାର୍ଡନର ଏକ ଫ୍ଲାଇଟ୍‌ରେ ଯାତ୍ରା କରିବା ପୂର୍ବରୁ ଅନେକ ଯାତ୍ରୀ ନମାଜ ପଢୁ ଥିଲେ। ସରକାରଙ୍କ କହିବା ହେଲା କି, ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେଠାରେ ଏୟାରପୋର୍ଟ ଅଥୋରିଟି କହିଛି କି , ଏହା ଘଟଣା ଦୁଃଖଦ ଅଟେ। ବିଶେଷକରି ହମାସ ଓ ଇସ୍ରାଏଲ ମଧ୍ୟରେ ଜାରି ଯୁଦ୍ଧ ବେଳେ ଏମିତି ଫଟୋ ଭାଇରାଲ ହେବାରେ ଉତ୍ତେଜନା ମଧ୍ୟ ବଢିବାର ଆଶଙ୍କା ରହିଛି। ଫ୍ରାନ୍ସର ପରିବହନ ମନ୍ତ୍ରୀ କ୍ଲିମେଣ୍ଟ ବିଉନେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି କି, ଏୟାରପୋର୍ଟ ଅଥୋରିଟିର ଏହି ଦାୟିତ୍ୱ, ସେ ନିୟମର ପାଳନ କରନ୍ତୁ। ଆମେ ଦୃଢ ଭାବେ ଏହାକୁ ଲାଗୁ କରିବାକୁ ସ୍ଥିର କରିବୁ। 

ଫ୍ରାନ୍ସର ସବୁଠୁ ବଡ଼ ଏୟାରପୋର୍ଟର ଟର୍ମିନାଲ ୨ବି ରେ ନମାଜ ପଢା ଯିବାକୁ ନେଇ ଏହି ଘଟଣା ହୋଇଛି, ଯେଉଁଥିରେ ପାଖାପାଖି ୩୦ ଜଣ ଲୋକ ସାମିଲ ଥିଲେ। ଏହି ଲୋକେ ୧୦ ମିନିଟ୍‌ ଯାଏ ବିମାନ ବନ୍ଦରରେ ପବ୍ଲିକ୍‌ ସ୍ଥାନରେ ନମାଜ ପଢିଥିଲେ ଏବଂ ପୁଣି ଫ୍ଲାଇଟ୍‌ରେ ବସି ଥିଲେ। ଏୟାରପୋର୍ଟର ସିଇଓ ଆଗଷ୍ଟିନ୍‌ ଡି ରାମାନେଟ୍‌ ଲେଖିଛନ୍ତି କି, ଏହା ଦୁଃଖଦ ଘଟଣା। ଏହା ଉପରେ ଆମେ ଆକ୍ସନ ନେବୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.