ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ନାଲିଟୋପା ଗ୍ୟାଙ୍ଗର ଆତଙ୍କ: ସଂଘବଦ୍ଧ ହୋଇ ଖଣ୍ଡାରେ ହାଣିଲେ, ନାବାଳକ ଗୁରୁତର

Published By : Prameya | March 27, 2025 10:52 AM

ପୁରୀ,୨୬/୦୩: ବିଳମ୍ବିତ ରାତିରେ ଟାଉନ୍‌ ଥାନା ଅଧୀନ ଶ୍ରୀକୃଷ୍ଣ ସିନେମା  ହଲ୍‌ ଗଳିରେ ନାଲିଟୋପା ଗ୍ୟାଙ୍ଗ ଆତଙ୍କ ରଚିଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ନାବାଳକଙ୍କୁ ସଂଘବଦ୍ଧ  ଭାବେ ଆକ୍ରମଣ  କରିଛନ୍ତି । ଖଣ୍ଡାରେ ନାବାଳକଙ୍କ ମୁଣ୍ଡ,  ମୁହଁ ଓ ଦୁଇ ହାତକୁ  ହାଣି ପକାଇଛନ୍ତି ।  ଖବରପାଇ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିସିଆର୍‌  ସହାୟତାରେ ନାବାଳକଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।  ନାବାଳକଙ୍କ ନାମ ନୃସିଂହ ସାମର୍ଥା(୧୭) । ତାଙ୍କ ଘର ମାଟିତୋଟା ପ୍ରଧାନ ସାହି ।   

ନାବାଳକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ନାଲିଟୋପା ଗ୍ୟାଙ୍ଗ ସଦସ୍ୟ ସମ୍ପୃକ୍ତ ଥିବା ସେ ପୁଲିସକୁ କହିଛନ୍ତି । ପୁଣି ନାଲିଟୋପା ଗ୍ୟାଙ୍ଗ ସହରରେ ଆତଙ୍କ ରଚିଥିବାରୁ ପୁଲିସର ମୁଣ୍ଡବ୍ୟଥା ବଢ଼ିଯାଇଛି । ପୁଲିସ ଘଟଣାରୁ ଛାନ୍‌ଭିନ୍‌ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.