ମୁମ୍ୱାଇ : ମୁକେଶ ଖାନ୍ନା ଚାହାନ୍ତି ନାହିଁ, ରଣବୀର ସିଂହ ଶକ୍ତିମାନର ରୋଲ୍ ପ୍ଲେ କରନ୍ତୁ। ନିଜର ଏହି ଇଚ୍ଛାକୁ ସେ ପୂର୍ବରୁ ମଧ୍ୟ କହି ସାରିଛନ୍ତି। ଏବେ ପୁଣି ଥରେ ସେ ଏହି ବିଷୟରେ କହିଛନ୍ତି। ଏବେ ମୁକେଶ ଖାନ୍ନା ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋଶୁଟ୍କୁ ନେଇ ତାଙ୍କର ଅଭିଯୋଗ ଥିଲା। ହେଲେ ରଣବୀର ଓ ଦୀପିକା ଏଥିରେ ସହଜ ଥିଲେ। ଖାଲି ଏତିକି ନୁହେଁ , ମୁକେଶ ଖାନ୍ନା କହିଛନ୍ତି ଏହି ରୋଲ୍କୁ ଅକ୍ଷୟ , ସଲମାନ , ଅଜୟ ଦେବଗନ ବା ଆମିର ଖାନ କେହି ବି କରି ପାରିବେ ନାହିଁ। ଏହାର କାରଣ କି ଶକ୍ତିମାନ ସାଧାରଣ ମଣିଷ ନୁହଁନ୍ତି , ଜଣେ ସୁପରହିରୋ। ମୁକେଶ ଖାନ୍ନା କହିଛନ୍ତି - ଉପରବାଲା ତାଙ୍କ ମାଧ୍ୟମରେ ଶକ୍ତିମାନର ଇମେଜ୍ ତିଆର କରି ଦେଇଛି। ଯିଏ ବି ଏମିତି ହିରୋ ଆସିବ, ଯାହାର ଇମେଜ୍ ଠିକ୍ ନଥିବ , ପବ୍ଲିକ୍ ତାଙ୍କୁ ନାକଚ କରି ଦେବେ।
ମୁକେଶ ଖାନ୍ନା ବଲିଉଡ୍ ଠିକାନା ସହ କଥା ହେବାବେଳେ କହିଥିଲେ , ଯେବେ ଶକ୍ତିମାନରେ ରଣବୀର ସିଂହଙ୍କୁ କାଷ୍ଟ କରିବା କଥା ଆସିଲା , ଲୋକଙ୍କୁ ଜଣାଥିଲା କି, ରଣବୀର ସିଂହ ମୋତେ ମନେଇବା ପାଇଁ ଆସିଥିଲେ , ମୁଁ ତାଙ୍କୁ ଶକ୍ତିମାନର ରୋଲ୍ କରିବାକୁ ଅନୁମତି ଦେବି। ମୁଁ ଏହାକୁ ଲୁଚାଇ ପାରିବି ନାହିଁ , କାରଣ ପରେ ଲୋକେ କହିଲେ କି ମୁଁ ରଣବୀର ସିଂହଙ୍କର ପ୍ରଶଂସା କଲି ଏବଂ ତାଙ୍କୁ ଭଲ ଆକ୍ଟର କହିଲି। ରଣବୀର ସିଂହଙ୍କ ଶକ୍ତିମାନ କରିବା ଖବର ଆସିବାରେ ଲାଗିଲା , ମୁଁ ଏଥିରେ ସହମତି ନଥିଲି। ସୋନି ସହ ମଧ୍ୟ ମୋର ବିବାଦ ଅଛି । ମୁଁ ଏହା ସଫେଇ ଦେବାକୁ ଭିଡ଼ିଓ ପୋଷ୍ଟ କରିଥିଲି ଯେ, ମୁଁ ରଣବୀର ସିଂହଙ୍କୁ ଶକ୍ତିମାନ ହେବାକୁ ଆଫ୍ରୁଭାଲ ଦେଇ ନାହିଁ । ରଣବୀର ମୋ ସାମନାରେ ୩ଘଣ୍ଟାଯାଏ ବସିଲେ , ଶେଷରେ ମୋତେ ତାଙ୍କୁ କହିବାକୁ ପଡ଼ିଲା ଯେ, ଯାହା ହେବା ଉଚିତ୍ ତାହା ତାଙ୍କ ଚେହେରାରେ ଦେଖିଲି ନାହିଁ , ସେ ଚଞ୍ଚଳ ଲାଗନ୍ତି , ଲାଗେ କି ଏବେ କାହାକୁ ବୋକା ବନେଇ ଦେବେ।
ଯେବେ ତାଙ୍କୁ କୁହାଗଲା ଯେ, ରଣବୀର ସିଂହ ଅନେକ ସିରିୟସ ରୋଲ୍ ଖୁବ୍ ସୁନ୍ଦର ଭାବେ କରିଛନ୍ତି ତ, ମୁକେଶ ଖାନ୍ନା ମଧ୍ୟ ତାଙ୍କୁ ଭଲ ଆକ୍ଟର ହେବା ନେଇ ସହମତି ପ୍ରକାଶ କରିଥିଲେ। ହେଲେ କହିଥିଲେ , ଏହି ଇଣ୍ଡଷ୍ଟ୍ରୀରେ ପ୍ରଡ୍ୟୁସର ଆକ୍ଟରଙ୍କୁ ସ୍ଥିର କରିବାର ଅଛି। ଆଉ କୌଣସି ଦ୍ୱିତୀୟ ରାସ୍ତା ନାହିଁ। ମୁକେଶ ଖାନ୍ନା ରଣବୀର ସିଂହଙ୍କ ନ୍ୟୁଡ୍ ଫଟୋଶୁଟ୍କୁ ନେଇ ରାଗି ଯାଇ ଥିଲେ। ସେ କହିଥିଲେ ତାଙ୍କ ତରଫରୁ ନାପସନ୍ଦ କି ସେ ତାଙ୍କର ଆରମ୍ଭ ଏହି ଫଟୋଶୁଟ୍ରୁ କରିଥିଲେ। ହେଲେ ରଣବୀର ମୋତେ କହିଥିଲେ ଯେ , ବାସ୍ତବରେ ସେ ଏମିତି କରି ନଥିଲେ। ସେ କହିଥିଲେ କି ସେ ଅଣ୍ଡରୱିୟର ପିନ୍ଧି ଥିଲେ ଏବଂ ଏଥିପାଇଁ ପ୍ରମୋସନ ଟିମ୍କୁ ଚାକିରିରୁ ବାହାର କରି ଦେଇ ଥିଲେ।