ଭୁବନେଶ୍ୱର ୨୯/୦୯: ନବନିର୍ମିତ ଏମଏଲଏ କ୍ୱାର୍ଟର୍ସ ପ୍ରକଳ୍ପ ପାଇଁ ଠିକା ନେଇଥିବା ସଂସ୍ଥା ଜୋରସୋରରେ କାମ ଚଳାଇଛି । ରାତିବେଳା ଶତାଧିକ ଟ୍ରକ୍ ବିଭିନ୍ନ ସାମଗ୍ରୀ ନେଇ ଏହା ଭିତରକୁ ଆସୁଛନ୍ତି । ଏଥିପାଇଁ ରାତି ୧୧ଟାରୁ କଳିଙ୍ଗ ଷ୍ଟାଡିୟମ ଛକରୁ ଟ୍ରକ୍ର ଲାଇନ୍ ଲାଗୁଛି। ପ୍ରକଳ୍ପ ନିର୍ମାଣ ସ୍ଥାନରେ ଠିକା ସଂସ୍ଥା ପାହାଡ଼ ଉଚ୍ଚାର ମାଟି ଗଦା କରିଛି । ସେହିଭଳି ଖୋଳା ହେଉଥିବା ମାଟି ଗାଡ଼ିରେ ଲୋଡ୍ ହୋଇ ଅନ୍ୟତ୍ର ଯିବାବେଳେ ରାସ୍ତାରେ ପଡ଼ୁଛି । ବର୍ଷା ହେଲେ ଏହା ବୋହି ଆସି ୧୨୦ ବାଟାଲିୟନ ସମେତ ପୋଷ୍ଟାଲ କଲୋନୀ ଓ ସେଲ୍ କ୍ୱାର୍ଟର୍ସ ପାଖ ଅଞ୍ଚଳରେ ନାଲି ମାଟିର କାଦୁଅ ପଚପଚ ହେଉଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇବାରୁ ବିଏମସି କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରକଳ୍ପ ସ୍ଥାନର ୩ଟି ଫାଟକରେ ବିଏମ୍ସି କ୍ଲୋଜଡ୍ ନୋଟିସ୍ ଲଗାଇଛି । ଦୁଇଟି ଫାଟକ ଖୋଲା ରହିଛି । ଠିକା ସଂସ୍ଥା ଯଦି ପ୍ରଦୂଷଣ ଓ ବର୍ଜ୍ୟକୁ ନିୟନ୍ତ୍ରଣ ନ କରେ ଆଗକୁ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ।
ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ହେଲେ ଉଦୟନିଧି ଷ୍ଟାଲିନ...