ପ୍ରମୂଖ ଖବର
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ପ୍ୟାରିସ ଅଲମ୍ପିକର ଓପନିଂ ସେରିମନିରେ ସାମିଲ ହେଲେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ

ନୂଆଦିଲ୍ଲୀ,୨୭/୭ : ରିଲାୟନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜ ସ୍ତ୍ରୀ ନୀତା ଅମ୍ବାନୀଙ୍କ ସହ ପ୍ୟାରିସ ଅଲମ୍ପିକର ଓପନିଂ ସେରିମନିରେ ଭାଗ ନେଇଛନ୍ତି ।  ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ପ୍ୟାରିସରେ ଥିବା ଏଫିଲ ଟାଓ୍ବାର ସାମ୍ନାରେ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭାଗ ନେଇଛନ୍ତି ।  ନୀତା ଅମ୍ବାନୀଙ୍କୁ ନିକଟରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଇଣ୍ଡିଆରୁ ସଦସ୍ୟ ବଛା ହୋଇଥିଲା । ଏହା ବ୍ୟତୀତ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ବି ଭେଟିଛନ୍ତି ।

ରିଲାୟନ୍ସ ଫାଉଣ୍ଡେଶନର ଚେୟାରପର୍ସନ ନୀତା ଅମ୍ବାନୀଙ୍କୁ ଭାରତ ପକ୍ଷରୁ ପ୍ରଥମ ଥର ୨୦୧୬ରେ ରିୟୋ ଅଲମ୍ପିକ ସମୟରେ ଆଇଓସିର ସଦସ୍ୟ କରାଯାଇଥିଲା । ଏ‌ବେ ୮ବର୍ଷ ପରେ ତାଙ୍କୁ ପୁଣି ଥିରେ ଏହି ସମ୍ମାନ ମିଳିଥିଲା । ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଲାଗି ଭାରତ ପକ୍ଷରୁ ମେମ୍ବର ହେବା ଲାଗି ତାଙ୍କୁ ସମସ୍ତ ୯୩ଭୋଟର ସମର୍ଥନ ମିଳିଥିଲା ।

ନୀତା ଅମ୍ବାନୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଥିଲେ କି ମୁଁ ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ସଦସ୍ୟ ଭାବେ ପୁଣି ଥରେ ଚୟନ ହୋଇଥିବାରୁ ନିଜକୁ ସମ୍ମାନୀତ ଭାବୁଛି । ମୁଁ ଥାମସ ବାକ ଏବଂ ଆଇଓସିରେ ନିଜର ସମସ୍ତ ସହଯୋଗୀଙ୍କୁ ମୋ ଉପରେ ଭରସା ରଖିବା ଲାଗି ଧନ୍ୟବାଦ ଦେବାକୁ ଚାହୁଁଛି । ମୋ ଲାଗି ଏହା ନା କେବଳ ଏକ ପର୍ସନାଲ ମାଇଲଷ୍ଟୋନ ଅଟେ ବରଂ ସ୍ପୋର୍ଟ୍ସ ସେକ୍ଟରରେ ଭାରତର ବଢୁଥିବା ପ୍ରଭାବର ମାନ୍ୟତା ବି ଅଟେ । ମୁଁ ଖୁସି ଏବଂ ଗର୍ବର ଏହି କ୍ଷଣକୁ ପ୍ରତ୍ୟେକ ଭାରତୀୟଙ୍କ ସହ ସେୟାର କରୁଛି । ଭାରତ ଏବଂ ବିଶ୍ବରେ ଅଲମ୍ପିକ ଆନ୍ଦୋଳନକୁ ମଜବୁତ କରିବା ଆମର ପ୍ରୟାସ ଜାରି ରଖିବା ଲାଗି ତତ୍ପର ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.