ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

୩୧ ପୂରି ଚାଲିଥାନ୍ତା ୩୨ ବର୍ଷ, ପୁଅର ଜନ୍ମ ଦିନ ପାଳିବାକୁ ଅପେକ୍ଷା କରିଥିଲା ମା'..ହେଲେ ଡାକିନେଲା ଯମ

ଭୁବନେଶ୍ୱର,୧୩/୦୬: ଆଜି ଚନ୍ଦନକୁ ୩୧ ପୂରି  ୩୨ ବର୍ଷ ଚାଲିଥାନ୍ତା । ତା’ର ଜନ୍ମଦିନ ଧୁମଧାମ୍‌ରେ ପାଳିଥାନ୍ତୁ । ୭ ବର୍ଷ ଧରି  ଯେଉଁ ନେତାଙ୍କ ପାଖରେ କାମ କରୁଥିଲା ସେ ଏବେ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ସେ ତାଙ୍କ ପିଏ ସାଜିଥାନ୍ତା । କେତେ ଖୁସି ହୋଇଥାନ୍ତା ସେ? ହେ  ପ୍ରଭୁ, ମୋ ପୁଅକୁ ଫେରାଇ ଆଣ ।’ ୟୁନିଟ୍‌-୮ ଡେଲ୍‌ଟା ଛକ ନିକଟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚନ୍ଦନ ମହାପାତ୍ରଙ୍କ ମା’ ସ୍ନିଧା ଏବେ ବାହୁନି ବାହୁନି କାନ୍ଦୁଛନ୍ତି । ଚନ୍ଦନଙ୍କ ଏଭଳି ଅକାଳ ମୃତ୍ୟୁରେ ମା’ ସ୍ନିଗ୍ଧାଙ୍କ ସହ ବାପା ଦେବେନ୍ଦ୍ର, ବଡ଼ ଭାଇ ରାଜକୁମାର  ସଭିଏଁ ଦୁଃଖରେ ଭାଙ୍ଗିପଡିଛନ୍ତି । ସେମାନଙ୍କ ଘରେ ଖାଇବା ପିଇବା ବନ୍ଦ  ହୋଇଯାଇଛି । 


ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ ଥିବା ବେଳେ ତାଙ୍କର ବ୍ୟକ୍ତିଗତ ସହାୟକ (ପିଏ) ଥିଲେ  ଚନ୍ଦନ । ଦୀର୍ଘ ୭ ବର୍ଷ ଧରି ସେ ତାଙ୍କ ପାଖରେ କାମ କରୁଥିଲେ । ମଙ୍ଗଳବାର ଚନ୍ଦନଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ସିଧା କ୍ୟାପିଟାଲ ହସ୍ପିଟାଲ ଧାଇଁଥିଲେ । ଚନ୍ଦନଙ୍କ ମରଶରୀରରେ ମାଲ୍ୟାର୍ପଣ କରିବା  ରେ ପରିବାର ଲୋକଙ୍କୁ ଭେଟିଥିଲେ ।  ସେମାନଙ୍କୁ ସମବେଦନା ଜଣାଇବା ସହ  ପରିବାରକୁ ସମସ୍ତ ପ୍ରକାର ସହାୟତା  ଯୋଗାଇବେ ବୋଲି ଆଶ୍ୱାସନା  ଦେଇଥିଲେ । 

ସୂଚନାଯୋଗ୍ୟଯେ,  ଅଢ଼େଇ ବର୍ଷ ତଳେ ବେବିନା ପ୍ରଧାନଙ୍କୁ  ବାହା ହୋଇଥିଲେ ଚନ୍ଦନ । ଏବେ  ବେବିନାଙ୍କ ଆଖିରୁ ଲୁହ ଶୁଖୁନି । ଗତ  ମେ’ ୪ରେ ଏକମାତ୍ର ପୁଅର ପ୍ରଥମ  ଜନ୍ମବାର୍ଷିକୀ ପାଳିଥିଲେ । ଗୁରୁବାର ଚନ୍ଦନଙ୍କ ଜନ୍ମଦିନ ମଧ୍ୟ ଆଡମ୍ବର  ସହକାରେ ପାଳିବାକୁ ଯୋଜନା କରିଥିଲେ ପରିବାର ଲୋକେ । କିନ୍ତୁ  ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କ ଜୀବନ ଚାଲିଯାଇଛି । ନୂଆପଲ୍ଲୀ  ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଦୁର୍ଘଟଣାସ୍ଥଳରୁ ୪ଟି ଗାଡିକୁ ଜବତ କରିଛି ପୁଲିସ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.