ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଓଡ଼ିଶାରେ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ଜିଓର ପ୍ରାଧାନ୍ୟ ବିସ୍ତାର, ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ

Published By : Rasmita Pradhan | March 24, 2025 2:50 PM

ଭୁବନେଶ୍ଵର, ୨୪/୦୩ : ଓଡ଼ିଶାରେ ଉପଲବ୍ଧ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା, ଜିଓ ଫାଇବର ଏବଂ ଜିଓ ଏୟାରଫାଇବରର ଲୋକପ୍ରିୟତା ବଳରେ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି ରିଲାଏନ୍ସ ଜିଓ। ରାଜ୍ୟରେ ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ହାସଲ କରି ଜିଓ ୱାୟାରଲାଇନ୍ ବା ଘରୋଇ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ତାର ସ୍ଥାନକୁ ଆହୁରି ସୁଦୃଢ କରିଛି। 

ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୨୦୨୪ ଡିସେମ୍ବର ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୧୬,୬୦୦ ରୁ ଅଧିକ ନୂତନ ଜିଓ ଫାଇବର ଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏହା ସହିତ, ଜିଓ ୱାୟାରଲାଇନ୍ କ୍ଷେତ୍ରରେ ସର୍ବାଧିକ ୬୫ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି। ୪ ଲକ୍ଷ ୱାୟାରଲାଇନ୍ ଗ୍ରାହକ ସଂଖ୍ୟା ଅତିକ୍ରମ କରିଥିବା ଜିଓ ରାଜ୍ୟରେ ଏକମାତ୍ର ସେବା ପ୍ରଦାନକାରୀ ହୋଇଛି। ଯାହା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ତିନି ଗୁଣରୁ ଅଧିକ। ୨୦୨୪ ଡିସେମ୍ବର ୩୧ ସୁଦ୍ଧା, ଜିଓର ରାଜ୍ୟରେ ୪୦୦୯୨୫ ଜିଓଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ରହିଛନ୍ତି। ଏହି ଗ୍ରାହକମାନେ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ହୋମ ଏଣ୍ଟରଟେନମେଣ୍ଟ (ଗୃହ ମନୋରଞ୍ଜନ), ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଭୋଗ କରୁଛନ୍ତି।

ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି। କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୧ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି।

ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଞ୍ଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି।  ଜିଓ ଏୟାରଫାଇବର ଓଡ଼ିଶାର ଶହ ଶହ ଛୋଟ ବଡ଼ ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍‌ଲାଇନ୍ ପାଲଟିଛି ଏବଂ ସବୁଠାରୁ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇପାରିଛି। ଘରେ,ହୋଟେଲ, ରେଷ୍ଟୁରାଣ୍ଟ, ଛୋଟ ବଡ଼ ବ୍ୟବସାୟ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନରେ ଜିଓ ଏୟାରଫାଇବର ଚୟନ କରୁଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟର ସବୁଠାରୁ ବଡ଼ ୪ଜି ଏବଂ ୫ଜି ନେଟୱାର୍କ ଜରିଆରେ ଜିଓ ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ୪୫% ରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ୬୫% ୱାୟାରଲାଇନ୍ ବା ଘରୋଇ ବ୍ରଡବ୍ୟାଣ୍ଡ ବଜାର ଅଂଶ ହାସଲ କରିଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.