ପ୍ରମୂଖ ଖବର

ଜୟାପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ, ଜାଣନ୍ତୁ କ’ଣ ରହିଛି ମାମଲା ?

ନୂଆଦିଲ୍ଲୀ,୨୮।୧୧: ବିଜେପିର ପୂର୍ବତନ ସାଂସଦ ଜୟାପ୍ରଦାଙ୍କ ବିରୋଧରେ ୨୦୨୯ର ଏକ ମାମଲାରେ ମୁରାଦାବାଦ କୋର୍ଟ ଜାରି କରିଛନ୍ତି ଜାମିନ ବିହୀନ ୱାରେଣ୍ଟ। ମାମଲା ମୁରାଦାବାଦର ହେବିଟେଟ ମୁସଲିମ୍ ଇଣ୍ଟର କଲେଜରେ ଆୟୋଜିତ ଏକ ସମାରୋହର ଅଟେ, ଯେଉଁଠି ସମାଜବାଦୀ ପାର୍ଟିର ସାଂସଦ ଏସଟି ହସନ ଜୟାପ୍ରଦାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ଓ ତାଙ୍କ ପୁଅ ଅବଦୁଲା ଆଜମ ମଧ୍ୟ ଥିଲେ।

ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଜୟପ୍ରଦାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ରାମପୁର ବାସିନ୍ଦା ମୁସ୍ତାଫା ହୁସେନ୍ ଆଜାମ ଖାନ, ଡକ୍ଟର ଏସଟି ହାସନ, ଅବଦୁଲ୍ଲା ଆଜମ, ଫିରୋଜ ଖାନ, ଆୟୋଜକ ମହମ୍ମଦ ଆରିଫ, ରାମପୁରର ପୂର୍ବତନ   ଅଧ୍ୟକ୍ଷ ଅଜହର ଖାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ।

ଏହି ମାମଲର ଶୁଣାଣି ବିଚାରପତି ଏମପି ସିଂଙ୍କ କୋର୍ଟରେ  ଚାଲିଛି। ପବ୍ଲିକ୍ ପ୍ରସିକ୍ୟୁଟର ମୋହନ ଲାଲ ବିଷ୍ଣୁ କହିଛନ୍ତି ଯେ ଜୟପ୍ରଦା ମଙ୍ଗଳବାର ଏହି ମାମଲାରେ ତାଙ୍କ ବୟାନ ଦେଇଥାନ୍ତେ , କିନ୍ତୁ ସେ କୋର୍ଟରେ ହାଜର ହୋଇନାହାଁନ୍ତି। ଜୟପ୍ରଦାଙ୍କ ଓକିଲ ଅଭିଷେକ ଭଟନଗର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଦର୍ଶାଇ କୋର୍ଟରେ ଏକ ଆବେଦନ କରିଥିଲେ। ଏହାକୁ ପ୍ରତ୍ୟାଖ୍ୟାନ କରି କୋର୍ଟ ଜୟପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଶୁଣାଣି ୬ ଡିସେମ୍ବରରେ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.