ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ମିଳିଲା କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

Published By : Tapas Panda | July 16, 2025 4:32 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୁଧବାର (୧୬ ଜୁଲାଇ ୨୦୨୫) ତିନୋଟି ପ୍ରମୁଖ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛି । କୃଷି ଅର୍ଥନୀତି ଏବଂ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ଦେଶକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ଏହି ପଦକ୍ଷେପ ନେଇଛି । ଏଥିରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା (PMDDKY), NTPC ଏବଂ NLC ଇଣ୍ଡିଆ ଲିମିଟେଡ୍ ଅନ୍ତର୍ଭୁକ୍ତ । ଏଥିରେ ସରକାର ବଡ଼ ନିବେଶ କରିବାକୁ ଘୋଷଣା କରିଛନ୍ତି । ଚାଷୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ହିଁ ଧନଧାନ୍ୟ କୃଷି ଯୋଜନାର ଲକ୍ଷ୍ୟ । ସରକାର କୃଷି ଜିଲ୍ଲାଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ୩୬ଟି କେନ୍ଦ୍ରୀୟ ଯୋଜନାର ସମନ୍ୱୟ ମାଧ୍ୟମରେ ପ୍ରତିବର୍ଷ ୨୪,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏଥିପାଇଁ ୧୦୦ଟି ଜିଲ୍ଲାକୁ ଚୟନ କରାଯାଇଛି । 

ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା 

୧୦୦ଟି ଜିଲ୍ଲାକୁ କୃଷି ଜିଲ୍ଲା ଭାବରେ ବିକଶିତ କରାଯିବ ।

କୃଷି କ୍ଷେତ୍ରରେ ପଛରେ ଥିବା ୧୦୦ଟି ଜିଲ୍ଲା (ପ୍ରତ୍ୟେକ ରାଜ୍ୟରୁ ଅତି କମରେ ଗୋଟିଏ ଜିଲ୍ଲା) ବିକଶିତ କରାଯିବ ।

୧୧ଟି ମନ୍ତ୍ରଣାଳୟର ୩୬ଟି ଯୋଜନା ଏଠାରେ ସମନ୍ୱିତ ଭାବରେ କାର୍ଯ୍ୟକାରୀ ହେବ ।

ଏହା ଏକ ୬ ବର୍ଷର କାର୍ଯ୍ୟକ୍ରମ ।

ପ୍ରତିବର୍ଷ ୨୪୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଜଳସେଚନ ସୁବିଧା ବିକଶିତ କରିବା ଏବଂ କୃଷି ଉତ୍ପାଦକତା ବୃଦ୍ଧି କରିବା ପାଇଁ ଏହି ଯୋଜନା ।

ଫସଲ ଅମଳ ପରେ ସଂରକ୍ଷଣ ଏବଂ ଋଣର ଉପଲବ୍ଧତା ବୃଦ୍ଧି କରିବାକୁ ସରକାରଙ୍କ ପ୍ରୟାସ ।

ସେହିଭଳି ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ବିସ୍ତାର ପାଇଁ କେନ୍ଦ୍ର କ୍ୟାବିନେଟରେ NLC ଇଣ୍ଡିଆ ଲିମିଟେଡ୍ (NLCIL)କୁ ୭୦୦୦ କୋଟି ଟଙ୍କା ନିବେଶକୁ ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ସରକାର ସବୁଜ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ NTPCକୁ  ୨୦  ହଜାର କୋଟି ଟଙ୍କା ନିବେଶକୁ ମଞ୍ଜୁରୀ ଦେଇଛି  । 

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ମିଶନ କେବଳ ଜଣେ ବ୍ୟକ୍ତିଙ୍କ ସଫଳତା ନୁହେଁ, ଏହା ଭାରତର ଯୁବ ପିଢ଼ିଙ୍କ ପାଇଁ ପ୍ରେରଣା । ଯୁବକମାନଙ୍କ ମଧ୍ୟରେ ଜିଜ୍ଞାସା ବୃଦ୍ଧି କରିବ ଏବଂ ବୈଜ୍ଞାନିକ ଚିନ୍ତାଧାରା ବିକଶିତ କରିବ। ଏହା ଦ୍ୱାରା ପ୍ରଭାବିତ ହୋଇ ବହୁ ସଂଖ୍ୟକ ଯୁବପିଢ଼ି ବିଜ୍ଞାନ ଏବଂ ନବସୃଜନକୁ ନିଜର କ୍ୟାରିୟର କରିବେ। କ୍ୟାବିନେଟ ଦୃଢ଼ ଭାବରେ ବିଶ୍ୱାସ କରେ ଯେ, ଏହି ମିଶନ ବିକଶିତ ଭାରତର ସଂକଳ୍ପକୁ ନୂତନ ଶକ୍ତି ଦେବ। ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ନୂତନ ଶକ୍ତି ପାଇବ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.