ପ୍ରମୂଖ ଖବର
  • ବଢିଲା ବିଜୟ ମାଲ୍ୟାଙ୍କ ଅଡୁଆ, ଏନ୍‌ବିଡବ୍ଲୁ ଜାରି କଲେ ସିବିଆଇ କୋର୍ଟ
  • ||
  • ୟୁରୋ କପ୍ ୨୦୨୪: ବେଲଜିୟମ୍‌ ସ୍ୱପ୍ନ ଧୂଳିସାତ୍‌, ଭର୍ତୋଙ୍ଗେନଙ୍କ ଆତ୍ମଘାତୀ ଗୋଲ୍‌ ବଳରେ କ୍ୱାର୍ଟରରେ ଫ୍ରାନ୍ସ
  • ||
  • ଚଳିତ ମାସ ୧୨ ଦିନ ବ୍ୟାଙ୍କ ବନ୍ଦ, କେବଳ ଅନ୍‌ଲାଇନରେ ବ୍ୟାଙ୍କ ସେବା ପାଇପାରିବେ ଗ୍ରାହକ
  • ||
  • ରଥଯାତ୍ରା ଚୂଡ଼ାନ୍ତ ସମନ୍ୱୟ କମିଟି ବୈଠକ, ଆଜି ଟାଉନ୍‌ ହଲ୍‌ରେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ||
  • ୟୁରୋ କପ୍: ବେଲଜିୟମକୁ ହରାଇ କ୍ୱାର୍ଟରରେ ଫ୍ରାନ୍ସ,, ସ୍ଲୋଭେନିଆକୁ ହରାଇ କ୍ୱାର୍ଟରରେ ପର୍ତ୍ତୁଗାଲ୍‌
  • ||
  • ବଡ଼ଦେଉଳରେ ଖଳିଲାଗି ଏକାଦଶୀ ନୀତି: ରକ୍ତ ବସ୍ତ୍ର ଓ ତୁଳସୀ ଲାଗି ହେବେ ଦାରୁବ୍ରହ୍ମ, ବାଜିବ ବିଜେ କାହାଳୀ
  • ||
  • ଜୁଲାଇରେ ସ୍ୱାଭାବିକଠାରୁ ଅଧିକ ବର୍ଷା ଆଶା, ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||

ମୋବାଇଲ ଟାୱାର ନିର୍ମାଣର ୪ ମାସ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି , ନେଟଓ୍ବାର୍କ ସମସ୍ୟା ଭୋଗୁଛନ୍ତି ଲୋକେ

ଫିରିଙ୍ଗିଆ,,୨୯।୬  ଟାୱାର ନିର୍ମାଣ ହୋଇଛି କିନ୍ତୁ ନିର୍ମାଣ ହେବାର ଚାରି ମାସ ବିତିଯାଇ ଥିଲେ ମଧ୍ୟ୍ୟ କାର୍ଯ୍ୟ କ୍ଷମ ହୋଇପାରୁନି ମୋବାଇଲ ଟାୱାର I ଯାହାପାଇଁ ମୋବାଇଲ ନେଟୱାର୍କ ସମସ୍ୟାର ସାମନା କରୁଛନ୍ତି ଅଂଚଳର ହଜାରହଜାର ଲୋକ I ଏଭଳି ସମସ୍ୟା ଭୋଗୁଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା କୁଇରୀମାଣ୍ଡୁ ପଞ୍ଚାୟତର କୁଆଘରା ଗାଁରେ I 

ସୂଚନା ଅନୁସାରେ ବର୍ଷବର୍ଷ ଧରି ଏହି ଅଂଚଳର ଲୋକେ ମୋବାଇଲ ନେଟୱାର୍କ ର ସାମ୍ନା କରିଆସୁଥିଲେ I  ଅଂଚଳର ଜନସାଧାରଣଙ୍କ ବାରମ୍ବାର ଅଭିଯୋଗ ପରେ କୁଆଘରାଠାରେ ବିଏସଏନଏଲ ତରଫରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏକ ମୋବାଇଲ ଉଚ୍ଚ କ୍ଷମତା ସମ୍ପର୍ଣ ଏକ ମୋବାଇଲ ଟାୱାର ନିର୍ମାଣ କାମ ଆରମ୍ଭ କରାଯାଇଥଲା I କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ବର୍ତ୍ତମାନ ଏହି ମୋବାଇଲ ଟାୱାର ନିର୍ମାଣ ସରିବାର ଚାରି ମାସ ପାଖାପାଖୀ ହୋଇସାରିଥିବା ବେଳେ ମୋବାଇଲ ଟାୱାରଟି କାର୍ଯ୍ୟକ୍ଷମ ହୋଇପାରିନାହିଁ I ଯାହା ଦ୍ୱାରା ଅଂଚଳର ଲୋକେ ମୋବାଇଲ ସେବା ରୁ ବଂଚିତ ହୋଇ ରହିଛନ୍ତି I ମୋବାଇଲ ନେଟୱାର୍କ ନଥିବାରୁ ଶିକ୍ଷା ସ୍ୱାସ୍ଥ୍ୟ ଭଳି ବିଭିନ୍ନ ଜରୁରୀ ସେବା ଅଂଚଳର ଲୋକ ମାନଙ୍କ ପାଇଁ ଅପହଞ୍ଚ ହୋଇପଡିଛି I ବିଶେଷ କରି ଅଂଚଳରେ ଥିବା ପାଠ ପଡୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି I 

ତେବେ ଏହି ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହେଲେ ଏହି କୁଏରିମାଣ୍ଡୁ ପଞ୍ଚାୟତ ଅଧୀନରେ ଥିବା କୁଆଘରା ଗାଁ ଲୋକଙ୍କ ସହ ଗଞ୍ଜୁ, କିଳୁପଡା, କ୍ଲବାସିଂ, ଲୁହୂରପଡା, ଉହାଗମ୍ବେରୀ ସହ ପାଞ୍ଚ ରୁ ଦଶ ଟି ଗାଁ ର ପ୍ରାୟ ତିନିହଜାର ରୁ ଅଧିକ ଲୋକ ଉପକୃତ ହେବେ। ଏଥି ସହ ପଡୋଶୀ ପକାରୀ ପଞ୍ଚାୟତ ଅଧୀନରେ ଥିବା କିଛି ଗାଁ ଲୋକ ମଧ୍ୟ୍ୟ ଉପକୃତ ହୋଇପାରିବେ I ସେପଟେ ମୋବାଇଲ ଟାୱାର ପାଇଁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ମଧ୍ୟ୍ କରିଆସୁଥିବା ବେଳେ ବିଭାଗ କିନ୍ତୁ ଅଭିଯୋଗ ଶୁଣି ମଧ୍ୟ୍ୟ ଏହି ଟାୱାର କୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ପଦକ୍ଷେପ ନେଉନଥିବାରୁ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି I ତେବେ ଆଗାମୀ କିଛିଦିନ ମାଧ୍ୟ୍ୟରେ ଏହି ମୋବାଇଲ ଟାୱାର କୁ କାର୍ଯ୍ୟକ୍ଷମ ନକଲେ ବାଧ୍ୟ ହୋଇ ଆନ୍ଦୋଳନ କରିବେ ବୋଲି କହିଛନ୍ତି କୁଆଘରା ଗାଁ ର ଲମ୍ବଦର କହଁର, ଶୁକଦେବ କହଁର, ପୀତବାସ କହଁର ନରେଶ କହଁରଙ୍କ ସହ ଅଞ୍ଚଳବାସୀ I ଅନ୍ୟପଟେ ଏହି ଟାୱାର ବିଷୟରେ ଦାୟିତ୍ୱ ରେ ଥିବା   ଫୁଲବାଣୀ ଏସଡିଇ ରାଜେଶ କୁମାର ପଲାଇ ଙ୍କୁ ପଚାରିବାରୁ  କର୍ମଚାରୀ ଅଭାବ ରୁ କାମ ହୋଇପାରୁନଥିଲା କିନ୍ତୁ ଆଉ ଅଳ୍ପ ଦିନ ମଧ୍ୟରେ ଏହି ମୋବାଇଲ ଟାୱାର ଟି କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.