ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

କାଳବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ମାସେ ହେଲା ଅନ୍ଧାରରେ ରହୁଛନ୍ତି ୨ ଗ୍ରାମବାସୀ

ଦାରିଙ୍ଗବାଡି,୨୬/୬(ଆପ୍ର): ମାସେ ହେଲା ଅନ୍ଧାରରେ ଗ୍ରାମବାସୀ । ବାରମ୍ବାର ଅଭିଯୋଗ ପରେ ବି ହେଉ ନାହିଁ ସମାଧାନ । ଏଭଳି କିଛି ଅଭିଯୋଗ ଆସିଛି କିରିକୁଟି ପଞ୍ଚାୟତ ଅନ୍ତର୍ଗତ ଲକଟି ଓ ବାରାଡକ୍ଳିୟୁ ଗ୍ରାମ ଅଞ୍ଚଳରୁ । ଲକଟି ଗ୍ରାମରେ ୧୦ ଜଣ ଗ୍ରାହକ ଓ ବାରାଡକ୍ଳିୟୁ ଗ୍ରାମ ରେ ୧୫ ଜଣ ଗ୍ରାହକ ରହୁଥିବା ବେଳେ ମେ ମାସ ୨୨ ତାରିଖରେ କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଯାଇ  ୪ ଟି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯାଇଥିଲା । ଫଳରେ ଗତ ୨୨ ତାରିଖ ଠାରୁ ବିଦ୍ୟୁତ୍ ସେବା ଠପ ହୋଇଯାଇଛି । ଏନେଇ ଗ୍ରାମବାସି ବାଲିଗୁଡା ଓ ଦାରିଙ୍ଗବାଡି ବିଦ୍ୟୁତ୍ ବିଭାଗ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ ସୁଦ୍ଧା ଏହାର ସମାଧାନ ହୋଇନାହିଁ । ବରଂ ପ୍ରତିଶ୍ରୁତି ପ୍ରତିଶ୍ରୁତି ହୋଇ ରହିଯାଇଛି ।

 ଏଭଳିକି ଲୋକେ ଅନଲାଇନ ମାଧ୍ୟମରେ ମଧ୍ୟ ଅଭିଯୋଗ କରିଥିବା ବେଳେ ବିଦ୍ୟୁତ୍ ଯୋଗାଣରେ କୌଣସି ସୁଧାର ଆସିନାହିଁ । ଫଳରେ ଲୋକେ ଅନ୍ଧାରରେ ଜଙ୍ଗଲ ମଧ୍ୟରେ ଜୀବନ ଯାପନ କରୁଛନ୍ତି । ଲ୍ୟାମ୍ପ ରୁ କିରୋସିନି ମିଳିନଥିବା ଯୋଗୁଁ ମାସେ ହେଲା ମହମ ବତି ଜାଳି ରହୁଛନ୍ତି । ଛାତ୍ର ଛାତ୍ରୀ ମାନେ ରାତିରେ ପାଠ ପଢିବାରେ ସମସ୍ୟା ହେଉଛି । ରାତ୍ର ହେବା ପୂର୍ବରୁ ସମସ୍ତେ ଶୋଇପଡିଛନ୍ତି । ଉକ୍ତ ଗାଁ ଗୁଡ଼ିକ ଜଙ୍ଗଲ ମଧ୍ୟରେ ଥିବା ଯୋଗୁଁ ଅନ୍ଧାରରେ ଜଙ୍ଗଲି ଜୀବଜନ୍ତୁ ଙ୍କ ଭୟ ରହିଛି । ଉପଭୋକ୍ତା ମାସେ ହେଲା ଅନ୍ଧାରରେ ରହିଥିଲେ ସୁଦ୍ଧା ବିଭାଗ କୁ କୌଣସି ଫରକ୍ ପଡୁ ନଥିବା ଗ୍ରାମର ଶ୍ରୀମତି ପ୍ରଧାନ, କାକେରା ପ୍ରଧାନ, ମହେନ୍ଦ୍ର ପ୍ରଧାନ, ସେଲୁକା ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି । ଯଥା ଶୀଘ୍ର ସମାଧାନ ନକରାଗଲେ ଲୋକେ ବାଧ୍ୟ ହୋଇ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗ୍ରାମବାସୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.