ପ୍ରମୂଖ ଖବର
  • ଏସ୍‌ବିଆଇର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି ଚଲା ଶ୍ରୀନିବାସୁଲୁ ସେଟ୍ଟି
  • ||
  • ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ
  • ||
  • ଟିଟିଲାଗଡ଼: କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ନାଇଜେରିଆରେ ଆତ୍ମଘାତି ଆକ୍ରମଣ; ୧୮ ମୃତ, ୪୨ ଆହତ
  • ||
  • ରାଜଧାନୀରେ ଲଗାଣ ବର୍ଷା, ଅଣ୍ଡର ପାସ୍‌ରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭାରତୀୟ ବ୍ୟାଙ୍କଗୁଡ଼ିକୁ ସାଇବର ଆକ୍ରମଣ ଭୟ, ସତର୍କ ରହିବାକୁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ
  • ||
  • ରାଜ୍ୟରେ ବ୍ୟାପୁଛି ବର୍ଷାଜନିତ ସଂକ୍ରମଣ ରୋଗ, ଜଣ୍ଡିସ୍‌, ଡାଇରିଆ, ଜ୍ୱର ଓ ଡେଙ୍ଗୁ ଭୟ ବଢ଼ିଲା
  • ||
  • ସୋମବାରଠୁ ଜନତା ଦରବାର, ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ଜିଲ୍ଲାରେ ବି ଶୁଣାଣି
  • ||
  • ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ସନ୍ନ୍ୟାସ ନେଲେ କୋହଲି - ରୋହିତ, ବିଶ୍ୱକପ୍ ଟ୍ରଫି ବିଜ​‌ୟ ପରେ ଘୋଷଣା
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଆଜି ୩ ଜିଲ୍ଲାରେ ପ୍ରବଳ ବର୍ଷିବ, ୩ରୁ ନିର୍ଧୁମ ଛେଚିବ
  • ||

ଚିକିତ୍ସାରେ ଅର୍ଥ ବାଧକ : ଅଜଣା ରୋଗରେ ଆକ୍ରାନ୍ତ ପୁଅ, ଚିନ୍ତାରେ ବାପା-ମା’

ଫିରିଙ୍ଗିଆ,୨୬।୬  : କାମ ଧାମ କରି ପରିବାର ପରିପୋଷଣ କରିବା ବୟସରେ ଘରର ରୋଜଗାରିଆ ପୁଅ ଏବେ ଶଯ୍ୟାଶାୟୀ I ଦୀର୍ଘ ଆଠବର୍ଷ ହେବ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟା ଶାୟୀ ହୋଇପଡିଛି I ସେପଟେ ମୂଳ ଲାଗି ପରିବାର ପରିପୋଷଣ କରି ଆସୁଥିବା ବାପା ମା’ ବର୍ତ୍ତମାନ ପୁଅର ଚିକିତ୍ସା କରାଇବା ପାଇଁ ଅସମର୍ଥ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ ଅଧୀନରେ ଥିବା ପୋଡାପଡା ଗାଁ ରେ ଏହା ଦେଖିବାକୁ ମିଳିଚି I

ପୋଡାପଡା ଗାଁର କାଶୀନାଥ ଭୁକ୍ତା ଓ ମା’ ଜପ ଭୁକ୍ତା ଙ୍କ ପରିବାର ବସବାସ କରନ୍ତି I ପରିବାରରେ ସମୁଦାୟ ଛଅ ଜଣ । କିନ୍ତୁ ଗତ ଆଠ ବର୍ଷ ହେଲା କାଶୀନାଥ ଭୁକ୍ତା ଙ୍କ ଦ୍ଵିତୀୟ ପୁଅ ପଚିଶ ବର୍ଷୀୟ ଆରତ ଭୁକ୍ତା ଅଜଣା ରୋଗରେ ଆକ୍ରାନ୍ତ।  ଆରତ ଭୁକ୍ତା ଙ୍କୁ ସତର ବର୍ଷ ହେଉଥିବା ବେଳେ ତାଙ୍କର ଗୋଡ଼ ହାତ ବିନ୍ଧିବା ସହ ଆଖିକୁ ଦେଖା ଯାଉନଥିଲା I ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ବ୍ରହ୍ମପୁର, କଟକ, ଭୁବନେଶ୍ୱର ଚିକିତ୍ସା କରାଇ ଥିଲେ I ଶେଷରେ ପୁଅର ଚିକିତ୍ସା ପାଇଁ ଜମିବାଡ଼ି ସବୁ ବିକ୍ରି ମଧ୍ୟ୍ୟ କରିବାକୁ ପଡିଥିଲା I ବର୍ତ୍ତମାନ ପୁଅର ଚିକିତ୍ସା ପାଇଁ ବାପା ମା’ ଅସହାୟ ହୋଇପଡିଥିବା ବେଳେ ଘରେ ଯେତିକି ଅର୍ଥ ଥିଲା ସବୁତକ ଖର୍ଚ୍ଚ ହୋଇସାରିଛି I ଏବେ ଅର୍ଥ ଅଭାବରୁ ପୁଅର ଚିକିତ୍ସା କରିବା ସମ୍ଭବ ହୋଇପାରୁନାହିଁ I ଯାହାପାଇଁ ବର୍ତ୍ତମାନ ନିଜ ଭାଗ୍ୟକୁ ଆଦରି ସରକାରୀ ସହାୟତା କୁ ଅପେକ୍ଷା କରି ଅସହାୟ ଅବସ୍ଥାରେ ପଡ଼ିରହିଛି ପୁଅ I ସେପଟେ ଭାଇର ଚିକିତ୍ସା ପାଇଁ ବଡ଼ଭାଇ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଛି।  ପୁଅର ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛନ୍ତି ଆରତ ଙ୍କ ପରିବାର ସଦସ୍ୟ ।

ଆହୁରି ପଢନ୍ତୁ : ଭୁବନେଶ୍ବରରେ ପ୍ରବଳ ବର୍ଷା, ଜାତୀୟ ରାଜପଥରେ ଟ୍ରାଫିକ ଜାମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.