ପ୍ରମୂଖ ଖବର
  • ଯାଜପୁର: ଟ୍ରକ୍‌ ପଛପଟୁ ପିଟିଲା ଦେଲା କାର୍; ଦମ୍ପତି ମୃତ, ୫ ଗୁରୁତର
  • ||
  • ଶ୍ରୀମନ୍ଦିରରେ ଅନବସର ସେବା, ଆଜି ମହାପ୍ରଭୁଙ୍କ ଘଣା ଲାଗ ନୀତି
  • ||
  • ଗୁରୁବାରଠୁ ସଚିବାଳୟରେ ବସିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତୃତୀୟ ମହଲାରୁ କାର୍ଯ୍ୟ କରିବେ
  • ||
  • ଜୁଲାଇ ୧୭ ଯାଏ ରାଜ୍ୟରେ ନିଅଣ୍ଟିଆ ବର୍ଷା ଆଶଙ୍କା: ତିନି ଦିନ ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଆଲର୍ଟ
  • ||
  • ଭାରତ ପହଞ୍ଚିଲା ଟି-୨୦ ବିଶ୍ବବିଜେତା ଟିମ୍ ଇଣ୍ଡିଆ, ଏୟାରପୋର୍ଟରେ ଭବ୍ୟ ସ୍ବାଗତ୍
  • ||

ଟ୍ରକ-କାର ମୁହାଁମୁହିଁ ଧକ୍କା, ଦୁର୍ଘଟଣା ପରେ ରାସ୍ତା କଡ଼କୁ ଛିଟିକି ପଡିଲା କାର

ଫିରିଙ୍ଗିଆ,୨୯।୬  : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର  ଟେଲା   ପାଲି ଗାଁ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରକ-କାର ମୁହାଁମୁହିଁ ଧକ୍କା ହୋଇଛି।  ଦୁର୍ଘଟଣା ପରେ  ରାସ୍ତା କଡ଼କୁ ଛିଟିକି ପଡିଛି କାର । ତେବେ ଦୁର୍ଘଟଣା ପରେ କାରରେ ଥିବା ଡ୍ରାଇଭର ଓ ଯାତ୍ରୀଙ୍କ ପତ୍ତା ମିଳୁନି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କାରଟି ଦ୍ରୁତଗତିରେ ଫୁଲବାଣୀ ପଟୁ ଫିରିଙ୍ଗିଆ ପଟକୁ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ୍ବାହୀ ମିନିଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା I ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଂଚିବା ଆଗରୁ କାର ଚଳାଉ ଥିବା ଡ୍ରାଇଭର ଓ ଅନ୍ୟମାନେ ଦୁର୍ଘଟଣା ଗ୍ରସ୍ତ କାର ଭିତରୁ ବାହାରି ଅନ୍ୟଏକ କାର ରେ ଫେରାର ହୋଇଯାଇଥିଲେ I ତେବେ କାରଟିରେ ଆନ୍ଧ୍ର ପ୍ରଦେଶ ନମ୍ବର ରହିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ  କାରଟି କାହାର ଓ କାର ଭିତରେ କେଉଁମାନେ ଥିଲେ ତାହା ଜଣାପଡ଼ିନାହିଁ I ଅନ୍ୟପଟେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୋଲିସ ପହଂଚି  କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା । ଆନ୍ଧ୍ରପ୍ରଦେଶ ନମ୍ବର ଥିବା କାରର ମାଲିକାନା କାହା ନାଁରେ ଅଛି ସେ ଦିଗରେ ତଦନ୍ତ ଜାରି ରହିଥିବା କହିଛନ୍ତି ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ I

ଆହୁରି ପଢନ୍ତୁ : ଟଙ୍କା ଧାର ନ ଦେବାରୁ ଭାଇକୁ ହତ୍ୟା ଘଟଣା, ୫ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.