ପ୍ରମୂଖ ଖବର
  • ଖୋର୍ଦ୍ଧା : ଖୋର୍ଦ୍ଧା ହଳଦିଆ କଲେଜ୍‌ରେ ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ମାମଲା
  • ||
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ପଦ ଖାଲି

ଦାରିଙ୍ଗବାଡି,୧/୭(ଆପ୍ର): ଗୋଟିଏ ପଟେ ସରକାର ମାତୃ ଓ ଶିଶୁ ମୃତ୍ୟୁହାର ରୋକିବା ନେଇ ଅନେକ ଯୋଜନା କରୁଛନ୍ତି ହେଲେ ଅନ୍ୟ ପଟେ ମେଡ଼ିକାଲ ଗୁଡିକରେ ବିଶେଷଜ୍ଞ ପଦବୀ ପୂରଣ ନହେବା ଯୋଗୁଁ ଅକାରଣେ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ ଙ୍କ ଜୀବନ ଚାଲିଯାଉଛି । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ । 

ରବିବାର ଦିନ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସୋନପୁର ଗ୍ରାମର ରମେଶ ପଟେଲ ଙ୍କ ସ୍ତ୍ରୀ ସୁମି ପଟେଲ ଙ୍କୁ ପ୍ରସବ ଜନିତ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ପ୍ରଥମେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମହିଳା ଜଣଙ୍କ ଏକ  କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ରହିଥିବା ଯୋଗୁଁ ଫୁଲବାଣୀ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ବାଟରେ ମହିଳା ଙ୍କ ଅବସ୍ଥା ଗୁରୁତର ହେବାରୁ ଫିରିଙ୍ଗିଆ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଶିଶୁର ଅବସ୍ଥା ଗୁରୁତର ରହିଛି । ଶିଶୁ ଫୁଲବାଣୀ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଦାରିଙ୍ଗବାଡି ମେଡ଼ିକାଲ ରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ  ନଥିବା ଯୋଗୁଁ ମହିଳା ଙ୍କ ଅକାରଣେ ଜୀବନ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯଦି ବିଶେଷଜ୍ଞ ଡକ୍ଟର ଥାନ୍ତେ ତାହାଲେ ଦାରିଙ୍ଗବାଡି ମେଡ଼ିକାଲ ରେ ମହିଳା ଙ୍କ ଚିକିତ୍ସା ହୋଇ ହୁଏତ ଜୀବନ ଯାଇନଥାନ୍ତା ବୋଲି ପରିବାର ଲୋକ କହିଛନ୍ତି । 

ସେହିପରି ଗତ ଜାନୁଆରୀ ମାସରେ ସିମନବାଡ଼ି ପଞ୍ଚାୟତର ଜୁଡ଼ାବାଡ଼ି ଗ୍ରାମର ଜିତୁ ପ୍ରଧାନ ଙ୍କ ସ୍ତ୍ରୀ ରୀନା ପ୍ରଧାନ ଙ୍କ ପ୍ରସବ ଜନିତ ଯନ୍ତ୍ରଣା ହୋଇଥିବା ବେଳେ ଦାରିଙ୍ଗବାଡି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ଗୁରୁତର ଥିବାରୁ ବିଶେଷଜ୍ଞଙ୍କ ଅଭାବ ଯୋଗୁଁ  ତାଙ୍କୁ ଫୁଲବାଣୀ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଫୁଲବାଣୀ ନେବା ସମୟରେ ନୂଆଗାଁ ନିକଟରେ ଗର୍ଭବତୀ ରୀନା ପ୍ରଧାନଙ୍କ ସମେତ ଗର୍ଭସ୍ଥ ଶିଶୁ ର ଜୀବନ ଚାଲିଯାଇଥିଲା । ଏଭଳି ଘଟଣା ବାରମ୍ବାର ଘଟୁଥିଲେ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ଚେତୁନଥିବା ଦେଖିବାକୁ ମିଳିଛି । ଆଉ କେତେଜଣ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ ଙ୍କ ଜୀବନ ଗଲେ ସ୍ବାସ୍ଥ୍ୟ ବିଭାଗ ଚେତିବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି । ଆଗାମୀ ଦିନରେ ଯଦି ଦାରିଙ୍ଗବାଡି ମେଡ଼ିକାଲ ରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପଦବୀ ପୂରଣ ନକରାଯାଏ ତାହାଲେ ଦାରିଙ୍ଗବାଡି ମେଡ଼ିକାଲ ରେଫେରାଲ ମେଡ଼ିକାଲ ହେବା ସହ ଆଗକୁ ଅନେକ ମହିଳା ଙ୍କ ଜୀବନ ଆକାରଣେ ଯିବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଣୁ ଯଥା ଶୀଘ୍ର ବିଶେଷଜ୍ଞ ପଦବୀ ପୂରଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି   ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.