ପ୍ରମୂଖ ଖବର
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ମୋ ଝିଅ ହୋଇଥିଲେ ତାର ବେକ କାଟି ଦେଇଥା’ନ୍ତି , ସୀମା ହାଇଦରଙ୍କୁ ତାଚ୍ଛଲ୍ୟ କରି କହିଲେ ଏହି ମହିଳା

ନୂଆଦିଲ୍ଲୀ - ପାକିସ୍ତାନରୁ ନେପାଳ ରାସ୍ତା ଦେଇ ଭାରତ ଆସିଥିବା ସୀମା ହାଇଦର ବହୁ ଦିନରୁ ଚର୍ଚ୍ଚାରେ ଅଛନ୍ତି। ସେ ଗ୍ରେଟର ନୋଏଡାରେ ସଚିନ ମୀଣାଙ୍କ ସହ ରହୁଛନ୍ତି। ତାଙ୍କ ବିରୋଧରେ ଯାଞ୍ଚ ଏଜେନ୍ସିମାନେ ଛାନଭିନ କରୁଛନ୍ତି। ଏହି ମଧ୍ୟରେ ସୀମାଙ୍କ ସ୍ୱାମୀ ସଚିନଙ୍କୁ ଲପ୍ପୁ ଓ ଝୁଙ୍ଗୁର କହି ଚର୍ଚ୍ଚାକୁ ଆସିଥିବା ମିଥିଲେଶ ଭାଟି ପୁଣି ଏକ ନୂଆ ବୟାନ ଦେଇଛନ୍ତି। ମିଥିଲେଶ ଭାଟି କହିଛନ୍ତି କି ,ଭାରତରେ ଆମର ଏଠାରେ ୧୦-୧୦ ବର୍ଷ ପର୍ଯ୍ଯନ୍ତ ବର୍ଡରରେ ସୈନିକ ମୁତୟନ ହୋଇଥାନ୍ତି , କିନ୍ତୁ ଆମର ଏଠାରେ କେହି ତ ଭଉଣୀ କି ଝିଅ ଚାଲି ଯାଉ ନାହାନ୍ତି। ଯଦି ସୀମାଙ୍କ ସ୍ଥାନରେ ମୋର ଝିଅ ହୋଇଥାନ୍ତା ଏବଂ ସେ ଏମିତି କରିଥାନ୍ତା ତ ତାର ବେକ କାଟି ଦେଇଥା’ନ୍ତି।

ଏହା ସହ ମଧ୍ୟ ପଢ଼ନ୍ତୁ - ଏବେ ସୀମାଙ୍କୁ ଆଉ ଚାହୁଁ ନାହାନ୍ତି ଗୁଲାମ ହାଇଦର ?…

ସାକ୍ଷାତକାର ବେଳେ ସୀମା ହାଇଦର ଓ ମିଥିଲେଶ ଭାଟି ଲାଇଭ କ୍ଯାମେରାରେ ହିଁ ପରସ୍ପର ସହ ଯୁକ୍ତିତର୍କରେ ଲାଗି ଯାଇଥିଲେ। ଉଭୟଙ୍କ ମଧ୍ୟରେ ଖୁବ୍ ହୋ-ହାଲ୍ଲା ହୋଇଥିଲା। ମନେପକାଇ ଦେଉଛୁ କି , ସଚିନଙ୍କୁ ଲପ୍ପୁ ଓ ଝିଙ୍ଗୁର କହିବା ନେଇ ସୀମା ମିଥିଲେଶଙ୍କ ଉପରେ ମାମଲା ରୁଜୁ କରାଇ ଥିଲେ। ମିଥିଲେଶ ସୀମା ଓ ସଚିନଙ୍କ ପଡ଼ୋଶୀ ଗାଁରେ ରୁହନ୍ତି। ମିଡ଼ିଆ ସହ କଥାବାର୍ତ୍ତା ବେଳେ ମିଥିଲେଶଙ୍କ ଚର୍ଚ୍ଚିତ ବୟାନ ଉପରେ ପ୍ରତିକ୍ରିୟା ଦେଇ ସୀମା ହାଇଦର କହିଛନ୍ତି କି, ଆମର ନିଜ ନିଜ ଭିତରେ କୌଣସି ଶତ୍ରୁତା ନାହିଁ । ଯଦି ଆପଣଙ୍କର ଝିଅକୁ ତାଙ୍କର ସ୍ୱାମୀ ଛାଡ଼ି ଦିଏ ତ ତାକୁ କଣ କରିବାକୁ କହିବେ ? ତାକୁ କଣ କହିବେ ସେଠାର ବସି ରୁହ ? ଏହାର ଜବାବରେ ମିଥିଲେଶ କହିଛନ୍ତି , ମୋ କଥା ପ୍ରଥମେ ଶୁଣ । ଆମର ଏଠାରେ ୧୦-୧୦ ବର୍ଷ ଯାଏ ସୈନିକ ସେନାରେ ରହିଥାନ୍ତି, କାହାର ଭଉଣୀ କି ଝିଅ ଘର ଜାଗା ବିକ୍ରି କରି କୁଆଡ଼େ ଚାଲି ଯାନ୍ତିନାହିଁ । ମୋ ଝିଅ ଏମିତି କରିବ ତ ତାଙ୍କର ବେକ କାଟି ଦେଇଥାନ୍ତି ମୁଁ ।

ଏହା ସହ ମଧ୍ୟ ପଢ଼ନ୍ତୁ - ଏହା ମୋର ବ୍ୟକ୍ତିଗତ ମାମଲା , ଏହାର ଆଲୋଚନା କରନାହିଁ…

ସେପଟେ ସୀମାଙ୍କ ଓକିଲଙ୍କ ଦ୍ୱାରା ପଠାଯାଇ ଥିବା ନୋଟିସ୍ ଉପରେ ମିଥିଲେଶ ଜବାବ ଦେଇ କହିଥିଲେ - ନୋଟିସ୍ ଆସିବାକୁ ଦିଅ , ତାପରେ ତାଙ୍କୁ ଦେଖିବା କଣ କରୁଛନ୍ତି। ଆମ ପାଖରେ ବି ଏପି ସିଂହଙ୍କ ବିରୋଧରେ ପୂରା ପ୍ରମାଣ ଅଛି। ଆମେ ବି ନୋଟିସ୍‌ର ଜବାବ ଦେବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.