ଦାରିଙ୍ଗବାଡି,୨୦।୧(ଆପ୍ର): ପାହାଡି କୃଷକ ଉତ୍ପାଦକ ସଂଗଠନ ଓ ଜାଗୃତି ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରାହ୍ମଣୀଗାଁ ଠାରେ ମାଣ୍ଡିଆ ମଣ୍ଡି ଉଦଘାଟନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କିରାମାହା ଗ୍ରାମର ୱାର୍ଡ ମେମ୍ବର ଦେବରାଜ ମଲିକ ଓ ଅତିଥି ଭାବେ ଶ୍ରୀଅନ୍ନ ଅଭିଯାନର ସହ-ସଂଯୋଜକ ବିମଲ ନାୟକ ଯୋଗ ଦେଇଥିଲେ ।
ପ୍ରତ୍ୟେକ ସପ୍ତାହର ସୋମବାର ଦିନ ମଣ୍ଡି ଖୋଲା ରହିବା ପାଇଁ ବ୍ୟବସ୍ଥା ହୋଇଛି। ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ l ପାହାଡି କୃଷକ ଉତ୍ପାଦକ ସଂଗଠନ ର ସିଇଓ ରୁପକାନ୍ତ ପ୍ରଧାନ ଏବଂ ପାହାଡି ସିଆରପି ଅଶୋକ ବେହେରା ସହଯୋଗ କରିଥିବା ବେଳେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।