ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟାକଳ୍ପ ଟିମ୍ , ସ୍ଵଚ୍ଛତାକୁ ନେଇ ଉଦବେଗ

Published By : Prameya | January 18, 2025 9:49 PM

ଦାରିଙ୍ଗବାଡି,୧୮/୧(ଆପ୍ର): ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶନିବାର କାୟାକଳ୍ପ ଟିମ ପରିଦର୍ଶନ କରିଛନ୍ତି । କାୟାକଳ୍ପର ରାଜ୍ୟସ୍ତରୀୟ ଟିମରେ ଡକ୍ଟର ଅଞ୍ଜନା ପଣ୍ଡା, ଡ଼କ୍ଟର ରୁଦ୍ର ଦାସ, ଡ଼କ୍ଟର ବୀଣାପାଣି ନନ୍ଦ ପ୍ରମୁଖ ମେଡିକାଲ ପରିଦର୍ଶନ କରିଥିଲେ।

 ମେଡ଼ିକାଲର ବର୍ହିବିଭାଗରେ ରହିଥିବା ଇଞ୍ଜେକସନ ରୁମ୍, ଡ୍ରେସିଂ ରୁମ୍, ଅଂଶୁଘାତ ଚିକିତ୍ସା କକ୍ଷ, ମେଡିସିନ କାଉଣ୍ଟର, ପରୀକ୍ଷାଗାର ସହ ଅନ୍ତଃବିଭାଗରେ ରହିଥିବା ରୋଗୀ ୱାର୍ଡ,  ଲେବର ରୁମ୍ ଆଦି ବୁଲି ଦେଖିବା ସହ ଶୌଚାଳୟ ଗୁଡ଼ିକ ଦେଖିଥିଲେ । ଶୌଚାଳୟ ଗୁଡିକରେ ସ୍ଵଚ୍ଛତା ନଥିବାରୁ ଟିମ୍ ଉଦବେଗ ପ୍ରକାଶ କରିଥିଲେ । ଏହା ପରେ ଟିମ୍ ବିଭିନ୍ନ କାଗଜପତ୍ର ର ଯାଞ୍ଚ କରିଥିଲେ । ଟିମ୍ ଗସ୍ତ ସମୟରେ   ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼କ୍ଟର ଜାକେଶ ସାମନ୍ତରାୟ ଙ୍କ ସମେତ ଅନ୍ୟ ଡାକ୍ତର, ନର୍ସ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତି ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.