ପ୍ରମୂଖ ଖବର
  • ଏସ୍‌ସିବିରେ ଡାକ୍ତରଙ୍କୁ ଆକ୍ରମଣ, ରୋଗୀଙ୍କ ସଂପର୍କୀୟଙ୍କ ନାଁରେ ଥାନାରେ ଏତଲା
  • ||
  • ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ସମ୍ପତ୍ତି ଆୟର ଚାଲିଛି ଛାନଭିନ୍
  • ||
  • କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା,ଦୋଷୀ ସଂଜୟ ରୟଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇବେ ସିଆଲଦା କୋର୍ଟ
  • ||
  • ହଂସିକାଙ୍କ ମାମଲାରେ ନୂଆ ମୋଡ଼: ୫୦ କୋଟି ଡିଲ୍‌ର ଖୋଳତାଡ଼ କରିବ ଇଡି, ସ୍କାନରରେ ଶିକ୍ଷାନୁଷ୍ଠାନ ମାଲିକ
  • ||
  • ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ...ଭାରତ ପକ୍ଷରୁ ସାମିଲ ହେବେ ଏସ୍ ଜୟଶଙ୍କର,
  • ||
  • ଜାଡ଼ରେ ଥରୁଛି ଓଡ଼ିଶା, ଶୀତ ଆହୁରି ୪ରୁ ୫ ଦିନ କରିବ କଲବଲ: ଦୁଇ ଦିନ କୁହୁଡି ସମ୍ଭାବନା
  • ||

ସରକାରୀ ସୁବିଧାରୁ ବଞ୍ଚିତ ଗଡ଼ପାକାଲି ଗ୍ରାମ, ଜଙ୍ଗଲି ଜୀବନ ଅତିବାହିତ କରୁଛନ୍ତି ଆଦିବାସୀ

Published By : Prameya | January 18, 2025 9:33 PM

ଦାରିଙ୍ଗବାଡି,୧୮/୧ : ସ୍ବାଧୀନତାର ୭୮ ବର୍ଷ ବିତିଗଲା । ହେଲେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅନେକ ଉପାନ୍ତ ଗାଁ । ସେଥିମଧ୍ୟରୁ ଏକ ଉପାନ୍ତ ଗାଁ ହେଉଛି ଦାରିଙ୍ଗବାଡି ବ୍ଲକ ଦାସିଂବାଡ଼ି ପଞ୍ଚାୟତର ଗଡାପାକାଲି ଗ୍ରାମ । ଦିନ ଥିଲା ଏହି ଗାଁରେ ମାଓବାଦୀଙ୍କ ଗଡ଼ ରହିଥିଲା । ୨୦୧୨ ମସିହାରେ ଇଟାଲିର ନାଗରିକ ପାଉଲ ବସୁସ୍କ ଓ କ୍ଲାଉଡିଓ କଲାଞ୍ଜେଲ ଦୁହିଁଙ୍କୁ ମାଓବାଦିମାନେ ଉକ୍ତ ଗାଁରୁ ଅପହରଣ କରି ନେଇଥିଲେ । 

ସେମାନଙ୍କୁ ମୁକ୍ତ କରିବାକୁ ମାଓବାଦୀମାନେ ସରକାରଙ୍କ ପାଖରେ ଅନେକ ଦାବି ରଖିଥିବାବେଳେ ପରବର୍ତ୍ତୀ ସମୟରେ ଦୁଇ ଜଣଙ୍କୁ ମୁକ୍ତ କରିଥିଲେ ମାଓବାଦୀ । ହେଲେ ଏବେ ଉକ୍ତ ଗାଁରେ ମାଓବାଦୀଙ୍କ କୌଣସି ଗତିବିଧି ନ ଥିବାବେଳେ ଉକ୍ତ ଗାଁ ଏବେ ସରକାରୀ ସୁବିଧାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇ ରହିଛି । ଲୋକେ ଏବେ ବି ଜଙ୍ଗଲି ଜୀବନ ଅତିବାହିତ କରନ୍ତି । ଏହି ଗ୍ରାମରେ ୩୮ ପରିବାର ବସବାସ କରନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ଗାଁ କୁ ଭଲ ରାସ୍ତା ଟିଏ ନଥିବା ବେଳେ ପାନୀୟ ଜଳ ଓ ବିଦ୍ୟୁତ ର ସୁବିଧା ନାହିଁ । ଏପରିକି ଉକ୍ତ ଗାଁରେ କୌଣସି ଲୋକେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ମଧ୍ୟ ହୋଇ ନାହାନ୍ତି । ସରକାରୀ ଯୋଜନା ସତେ ଯେମିତି ଗାଁ ଲୋକଙ୍କ ପାଇଁ ସ୍ବପ୍ନ ଭଳି ମନେ ହେଉଛି । ମୁଖ୍ୟରାସ୍ତାଠାରୁ ଉକ୍ତ ଗାଁକୁ ପ୍ରାୟ ୧୦ କିଲୋ ମିଟର ରାସ୍ତା ହୋଇଥିବା ବେଳେ ୬ କିଲୋ ମିଟର ରାସ୍ତା ପାହାଡିଆ ଖାଲଖମା ରାସ୍ତା । ରାସ୍ତା ସାରା ମେଟାଲ ବାହାରି ରହିଥିବା ଯୋଗୁଁ ଯାତାୟାତ କରିବା ସମ୍ଭବ ହେଉ ନାହିଁ । ଚାଲି କି ହିଁ ଯାଇ ହେଉଛି । କୌଣସି ଗାଡ଼ି ଚଳାଚଳ କରୁନାହିଁ । ଜରୁରୀ ସମୟରେ ରୋଗୀ ହୁଅନ୍ତୁ ଅବା ଗର୍ଭବତୀ ମହିଳାଙ୍କୁ ଭାର କରି ନେବାକୁ ପଡ଼ୁଛି । 

ବର୍ଷା ଦିନ ହୋଇଗଲେ ଯାତାୟାତ ଏକ ପ୍ରକାର ଠପ ହୋଇଯାଉଛି । ଅନ୍ୟପଟେ ଗାଁରେ ପାନୀୟ ଜଳ ସୁବିଧା ନ ଥିବାବେଳେ ଲୋକେ ଏକ କିଲୋମିଟର ଦୂରରେ ରହିଥିବା ନଦୀ ଓ ଚୁଆଁ ପାଣି ଉପରେ ଭରସା କରୁଛନ୍ତି ଗ୍ରାମବାସୀ । ପଶୁ ପକ୍ଷୀ ଯେଉଁ ପାଣି ବ୍ୟବହାର କରୁଛନ୍ତି ଏଠିକାର ଗ୍ରାମବାସୀ ମଧ୍ୟ ସେହି ପାଣିକୁ ବ୍ୟବହାର କରିବାକୁ ପଡ଼ୁଛି । ଫଳରେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି ଗ୍ରାମବାସୀ । ଗାଁରେ ବିଦ୍ୟୁତ୍ ସଂଯୋଗ ନ ଥିବା ଯୋଗୁଁ ଲୋକେ ଅନ୍ଧାରରେ ଜୀବନଯାପନ କରୁଛନ୍ତି । ବିଦ୍ୟୁତ୍ ଆଲୋକ କଥା ଭାବିଲେ ସ୍ଵମ୍ନ ଭଳି ଲାଗୁଛି । ଉକ୍ତ ଗାଁଟି ଜଙ୍ଗଲ ମଧ୍ୟରେ ଥିବାରୁ ଅନ୍ଧାର ଯୋଗୁଁ ସନ୍ଧ୍ୟା ହୋଇଗଲେ ଲୋକଙ୍କ ତାଟି କବାଟ ପଡ଼ିଯାଏ । ପିଲାମାନେ ସନ୍ଧ୍ୟା ସମୟରେ ପାଠ ପଢି ପାରନ୍ତି ନାହିଁ । ଗ୍ରାମବାସୀଙ୍କ ପାଇଁ ଡିବିରି ଆଲୁଅ ହିଁ ସାହା ଭରସା ହୋଇ ରହିଛି । ଏଭଳି ଭାବେ ସରକାରଙ୍କ କୌଣସି ଯୋଜନା ପହଞ୍ଚି ପାରି ନାହିଁ ଏହି ଗ୍ରାମରେ । ଲୋକେ ଏ ନେଇ ଅନେକ ବାର ଲିଖିତ ଭାବେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ସରକାରୀ ସୁବିଧା ଯୋଗାଇ ଦେବାକୁ ଦାବି ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.