ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚତୁର୍ଥ ଦିନରେ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍, ସମ୍ପତ୍ତି ଆୟର ସୂତ୍ର ବାବଦରେ ଛାନଭିନ୍ କରୁଛି ଟିମ୍

Published By : Rasmita Pradhan | January 20, 2025 10:49 AM

ସମ୍ବଲପୁର, ୨୦/୦୧ : ଚତୁର୍ଥ ଦିନରେ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍। ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ଏହି ରେଡ୍ ଚାଲିଛି। ଲଗାତର ୩ ଦିନ ଧରି ଆୟକର ବିଭାଗର ଅଧିକାରୀମାନେ ଚଢାଉ କରୁଛନ୍ତି। ଆଜି ସକାଳୁ ଚତୁର୍ଥ ଦିନରେ ବି ରେଡ୍ ଚାଲିଛି। ୩ଦିନ ଧରି ଆୟକର ସମ୍ପର୍କିତ କାଗଜପତ୍ର ଯାଂଚ ଚାଲିଥିବା ବେଳେ ବ୍ରଜଙ୍କ ସମ୍ପତ୍ତି ଆୟର ସୂତ୍ର ବାବଦରେ ଛାନଭିନ୍ କରୁଛି ଟିମ୍।

ଏହି ଖବରଟିକୁ ପଢନ୍ତୁ-ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ

ସୂଚନା ଅନୁଯାଇ, ଶୁକ୍ରବାର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ଭାଇ ତଥା ଠିକାଦାର ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ରେଡ୍ କରିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ନିର୍ମାଣକାରୀ ସଂସ୍ଥା ‘ବିକେଡି କନଷ୍ଟକସନ୍‌’ ଲିଙ୍କ୍‌ରେ ଥିବା ୬ ଠିକାଦାର ମଧ୍ୟ ଆଇଟି ସ୍କାନରକୁ ଆସିଛନ୍ତି। ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ଦେଶର ଏକକାଳୀନ ୪୦ରୁ ଅଧିକ ସ୍ଥାନରେ ଚଢ଼ଉ ହୋଇଛି । ସମ୍ବଲପୁର ଧନକଉଡ଼ାସ୍ଥିତ ବ୍ରଜକିଶୋରଙ୍କ ବିକେଡି ଇନ୍‌ଫ୍ରାଷ୍ଟକଚର ଘର  ଓ କାର୍ଯ୍ୟାଳୟରେ ୨୦ ଅଧିକାରୀ ତନାଘନା  କରିଛନ୍ତି । ସୋନପୁର, ବରଗଡ଼, ଝାରସୁଗୁଡ଼ା,  ବଲାଙ୍ଗିର, କଣ୍ଟାବାଞ୍ଜି, ବୌଦ୍ଧ ଓ ଭୁବନେଶ୍ୱରରେ  ମଧ୍ୟ ଚଢ଼ଉ ହୋଇଛି । ସେହିଭଳି ଛତିଶଗଡ଼  ଓ ଦିଲ୍ଲୀରେ ମଧ୍ୟ ଆଇଟି ଛାପା ମାରିଛି। ଚଢ଼ଉ  ବେଳେ ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର  ଜବତ ହୋଇଥିବା ଜଣାପଡ଼ିଛି । 

ବ୍ରଜକିଶୋର ଦାସଙ୍କର ସଂସ୍ଥା ବିକେଡି କନଷ୍ଟକସନ୍‌ ସାରାଦେଶର ସରକାରୀ ନିର୍ମାଣ କାମ କରିଥାଏ। କିଛି ବର୍ଷ ତଳେ ବ୍ରଜକିଶୋରଙ୍କ ଘରେ ଆଇଟି ରେଡ୍‌ ହୋଇଥିଲା। ଅନୁରୂପ ଭାବେ ବଲାଙ୍ଗିର, କଣ୍ଟାବାଞ୍ଜି,  ବଙ୍ଗୋମୁଣ୍ଡା, ମୁରିବାହାଲ ଅଞ୍ଚଳର ପ୍ରତିଷ୍ଠିତ ଠିକାଦାରଙ୍କ ୨୦ଟି ସ୍ଥାନରେ ଆଇଟି ରେଡ୍‌ ହୋଇଛି। କଣ୍ଟାବାଞ୍ଜିର ଜଣାଶୁଣା କଣ୍ଟ୍ରାକ୍ଟର ଜଗଦୀପ ବଂଶଲଙ୍କ କଣ୍ଟାବାଞ୍ଜି ଏବଂ ରାୟପୁରସ୍ଥିତ କନଷ୍ଟ୍ରକ୍ସନ କାର୍ଯ୍ୟାଳୟ, ମୁରିବାହାଲର ପୃଥ୍ୱୀରାଜ ପାତ୍ରଙ୍କ କଣ୍ଟାବାଞ୍ଜିସ୍ଥିତ ଭଡ଼ାଘର, ଅଫିସ୍‌,  ଅଣ୍ଡଲାଦରସ୍ଥିତ ଘର, ବଙ୍ଗୋମୁଣ୍ଡାର କିଷନଲାଲ  ଅଗ୍ରୱାଲଙ୍କ ଘର, ଅଫିସ୍‌, ପିଚୁପ୍ଲାଣ୍ଟ ଏବଂ ପେଟ୍ରୋଲ ପମ୍ପରେ ଯାଞ୍ଚ କରାଯାଉଛି। ବଲାଙ୍ଗିରର ରାହୁଲ ମିଶ୍ରଙ୍କ ଛତାମଖନାସ୍ଥିତ ପୈତୃକ ଘର, ବଲାଙ୍ଗିର ପେଲେସଲେନ କୋସଲ ଟାୱାରସ୍ଥିତ ଅଫିସ୍‌ ରେ ଯାଞ୍ଚ ଚାଲିଛି। ବିଲଡର ନୀରଜ ଅଗ୍ରୱାଲଙ୍କ ଘର, ଅଫିସ, ଆର୍ପାଟମେଣ୍ଟରେ ଚଢ଼ଉ ହୋଇଛି । କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ସେହିପରି ସୋନପୁରର କଣ୍ଟାକ୍ଟ୍ରର ଶ୍ରୀନିବାସ ମିଶ୍ରଙ୍କ ଅଫିସ ଓ ରୁଗୁଡ଼ିପଡାରେ ଆକାଶ କନ୍‌ଷ୍ଟ୍ରକ୍ସନରେ ତନାଘନା ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.