ନୀଳଗିରୀ,୧୩/୩(ଆ.ପ୍ର):ବାଲେଶ୍ୱର ସଂସଦୀୟ କ୍ଷେତ୍ର ତଥା ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏହି ସ୍ମାରକପତ୍ର ଦିଆଯାଇଛି। ଜିଲ୍ଲାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ।
ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ନୀଳଗିରୀ ବିଧାୟକ ସନ୍ତୋଷ ଖଟୁଆ,ସଦର ବିଧାୟକ ମାନସ ଦତ୍ତ,ରେମୁଣା ବିଧାୟକ ଗୋବିନ୍ଦ ଦାସ,ସିମୁଳିଆ ବିଧାୟକ ପଣ୍ଡା,ବଡ଼ସାହି ବିଧାୟକ ସନାତନ ବିଜୁଳି,ସୋର ବିଜେପି ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡା,ଜିଲ୍ଲା ବିଜେପି ସଭାପତି ଈଶ୍ୱରଚନ୍ଦ୍ର ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଥିଲେ।ଜିଲ୍ଲା ତଥା ସଂସଦୀୟ କ୍ଷେତରେ କିଭଳି ବିକାଶ ହେବ ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରଯାଇଥିଲା।