ପ୍ରମୂଖ ଖବର
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା, ଅଭିଯୁକ୍ତ ଅଟକ

Published By : Harapriya Sethi | March 13, 2025 8:36 AM

ଭୁବନେଶ୍ୱର,୧୩/୦୩: ନୃଶଂସ ବାପାର ବର୍ବର କାଣ୍ଡ । ପାରିବାରିକ କଳହରେ ଗଡ଼ିଲା ମୁଣ୍ଡ । ବାପା ମାଆଙ୍କ ଝଗଡାରେ ବଳି ପଡ଼ିଲା ପୁଅ । ନିଶାସକ୍ତ ଅବସ୍ଥାରେ ନାବାଳକ ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା । ପୋଲିସ ହତ୍ୟାକାରୀ ବାପା ଯୋଗେନ୍ଦ୍ର ସିଂକୁ ଅଟକ ରଖିଛି । ବାଲେଶ୍ୱର ଜିଲ୍ଲା ଓୌପଦା ଥାନା ଅନ୍ତର୍ଗତ ନରମା ଗାଁରେ ଏଭଳି ଘଟଣା ଘଟିଛି ।

ପାଣ୍ଡେରାରେ ହେବ ଆଧୁନିକ ମାଛ ବଜାର, ଡବଲ ଇଞ୍ଜିନ ସରକାରଙ୍କୁ ଧନ୍ୟବାଦ ଦେଲେ ଅପରାଜିତା

ସୂଚନା ମୁତାବକ, ଯୋଗେନ୍ଦ୍ର ସିଂ ବୁଧବାର ବିଳମ୍ୱିତ ରାତିର ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲା । ଘରେ ପହଞ୍ଚି ପତ୍ନୀ ମୁନି ସିଂଙ୍କ ସହ ଝଗଡ଼ା କରିଥିଲା । ପାଟି ଶୁଣି ପୁଅ ରାଜେଶ ଆସି ବାପା ମାଆଙ୍କ ଭିତରେ ଝଗଡ଼ା ହେଉଥିବା ଦେଖିଥିଲା । ଏହା ଦେଖି ପୁଅଟି ବାପାଙ୍କୁ ବିରୋଧ କରିଥିଲା । ଏଥିରେ ରାଗି ଯାଇ ବାପା ଯୋଗେନ୍ଦ୍ର ସିଂ ଏକ ଛୁରୀ ଆଣି ପୁଅ ଛାତିରେ ଭୁସି ଦେଇଥିଲା । ଫଳରେ ରାଜେଶ ଗୁରୁତର ହୋଇପଡ଼ିଥିଲା । ଏହା ଦେଖି ପଡୋଶୀ ଏବଂ ତାଙ୍କ ଭଉଣୀ ମାମିନା ସିଂ ତାକୁ ପ୍ରଥମେ ଓୌପଦା ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଡାକ୍ତର କିମ୍ବା ଆମ୍ବୁଲାନ୍ସ ପାଇ ନଥିଲେ । ଶେଷରେ ଏକ ବାହାଘରିଆ ବରଯାତ୍ରୀ ଗାଡ଼ିରେ ରାଜେଶକୁ ସୋର ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇବା ପରେ ଓୌପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି । ସେଠାରେ ପହଞ୍ଚି ହତ୍ୟାକାରୀ ବାପା ଯୋଗେନ୍ଦ୍ର ସିଂକୁ ଅଟକ ରଖି ତଦନ୍ତ କରୁଛି ପୋଲସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.