ନୂଆଦିଲ୍ଲୀ,୩୦/୧୨: ବର୍ଡର-ଗାଭାସ୍କର ଟ୍ରଫି ଭାରତ ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟର ଆଜି ପଞ୍ଚମ ତଥା ଶେଷ ଦିନ । କିଏ ମାରିବ ବାଜି ତାକୁ ନେଇ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୩୪ରନ କରି ଅଲଆଉଟ ହୋଇଛି । ଭାରତକୁ ୩୪୦ରନର ବିଜୟଲକ୍ଷ୍ୟ ଦେଇଛି ଘରୋଇ ଅଷ୍ଟ୍ରେଲିଆ। ମ୍ୟାଚ ହାତେଇବାକୁ ଭାରତ ଦ୍ବିତୀୟ ଇନିଂସ ବ୍ୟାଟିଂ ଜାରି ରଖିଛି । ମେଲବର୍ଣ୍ଣ ବିଜୟ ହାସଲ କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ୯୨ ଓଭରରେ ଟାର୍ଗେଟ ହାସଲ କରିବାକୁ ପଡିବ । ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ୟର୍କର କିଙ୍ଗ ବୁମରା ୫ଟି ଡିଏସପି ସାର ସିରାଜ ୩ଟି ୱିକେଟ ନେଇଛନ୍ତି ।
ହାଇଭୋଲଟେଜ ବକ୍ସିଂ ଡେ ଟେଷ୍ଟ ରୋମାଞ୍ତକର ସ୍ଥିତି ଦେଇ ଗତି କରୁଛି । ଚତୁର୍ଥ ଦିନରେ ଭାରତ କମବ୍ୟାକ କରିଥିଲା । ଦ୍ବିତୀୟ ଇନିଂସରେ ଭାରତକୁ ଆଶା ଦେଇଥିଲେ ବୁମରା ଓ ସିରାଜ । ଘରୋଇ ଅଷ୍ଟ୍ରେଲିଆ ତାର ଦ୍ବିତୀୟ ଇନିଂସରେ ୨୩୪ ରନ କର ଅଲଆଉଟ ହୋଇଛି । ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସରେ ମାନର୍ସ ଲାବୁସେନା ସର୍ବାଧିକ ୭୦ ରନ କରିଛନ୍ତି । ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଉସମାନ ଖ୍ବାଜା, ଲାଏନ ନାଥନ, ସ୍ମିଥ ଓ କମିନ୍ସ ଯଥାକ୍ରମେ ୨୧, ୪୧, ୧୩ ଓ ୪୧ ରନ କରିଛନ୍ତି । ଦ୍ବିତୀୟ ଇନିଂସରେ ଭାରତ ପକ୍ଷରୁ ବୁମରା ୫ଟି ଓ ମହମ୍ମଦ ସିରାଜ ୩ଟି ଲେଖାଏଁ ୱିକେଟ ନେଇଛନ୍ତି ।
Innings Break!
— BCCI (@BCCI) December 29, 2024
Australia are all out for 234 runs and set a target of 340 runs for India.
Scorecard - https://t.co/MAHyB0FTsR… #AUSvIND pic.twitter.com/eHxLNDKDmC
ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୭୪ ରନ କରିଥିବାବେଳେ ଦ୍ବିତୀୟ ଇନିଂସରେ ୨୩୪ ରନ କରିଛି । ଭାରତ ତାର ପ୍ରଥମ ଇନିଂସରେ ୩୬୯ ରନ କରିଥିଲା । ଭାରତୀୟ କ୍ରିକେଟରେ ନୂଆ ତାରକା ସାଜିଥିବା ନୀତିଶ କୁମାର ୧୧୪ରନର ପାଳି ଖେଳିଥିଲେ । ଦ୍ବିତୀୟ ଇନିଂସ ବ୍ୟାଟିଂ ଜାରି ରଖିଛି ଭାରତ । ମାତ୍ର ଭଲ ଆରମ୍ଭ କରିନାହିଁ ଦଳ । ରିପୋର୍ଟ ଲେଖାଯିବା ସୁଦ୍ଧା ୩ ୱିକେଟ ହରାଇ ୯୨ ରନ କରିଛି ଟିମ୍ ଇଣ୍ଡିଆ । ରୋହିତ ଶର୍ମା ୯ରନ, ବିରାଟ କୋହଲି ୫ ରନ କରି ଆଉଟ ହୋଇଛନ୍ତି । କେଏଲ ରାହୁଲ ଖାତା ଖୋଲି ନପାରି ପାଭିଲିୟନ ଫେରିଛନ୍ତି । ରୋହିତ ଓ ରାହୁଲଙ୍କୁ କମିନ୍ସ ଆଉଟ କରିଥିବାବେଳେ କୋହଲିଙ୍କୁ ମିଚେଲ ଷ୍ଟାର୍କ ଆଉଟ କରିଥିଲେ । ବର୍ତ୍ତମାନ ଯଶସ୍ବୀ ଜୈସ୍ବାଲ ଓ ଋଷବ ପନ୍ତ କ୍ରିଜରେ ରହିଛନ୍ତି ।