ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ମିରଟ ହତ୍ୟା ମାମଲା: ସୌରଭଙ୍କ ଛାତି ଚିରିବା ପରେ ଦେହରୁ ମୁଣ୍ଡ ଅଲଗା କରିଦେଇଥିଲା ମୁସ୍କାନ

Published By : Tapas Panda | March 21, 2025 4:44 PM

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମିରଟରେ ବହୁଚର୍ଚ୍ଚିତ ସୌରଭ ହତ୍ୟା ମାମଲା । ଏବେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ହତ୍ୟାକାରୀ ପତ୍ନୀ ମୁସ୍କାନ ସୌରଭଙ୍କ ଛାତିରେ ତିନିଥର ଛୁରୀ ଭୁସି ହତ୍ୟା କରିଥିଲା । ମୁସ୍କାନ ନିଷ୍ଠୁରତାର ସମସ୍ତ ସୀମା ଅତିକ୍ରମ କରି ସୌରଭଙ୍କ ଛାତିରେ ଛୁରୀ ଭୁସି ଦେଇଥିଲା । ଏହା ପରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା କରି ଦେଇଥିଲା । 

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ, ମୁସ୍କାନ ସୌରଭଙ୍କ ଛାତିକୁ ଚିରିବା ପରେ ତାଙ୍କ ମୁଣ୍ଡ କାଟି ଦେଇଥିଲା । ମୃତଦେହକୁ ଡ୍ରମରେ ରଖିବା ଲାଗି ସୌରଭଙ୍କ ଶରୀରକୁ ଅନେକ ଖଣ୍ଡ କରି କାଟି  ଦିଆଯାଇଥିଲା । ପୋଷ୍ଟମର୍ଟମ କରିଥିବା ଡାକ୍ତରମାନେ ମଧ୍ୟ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଏକ ପୋଲିସ ଟିମ୍‌ ହିମାଚଳ ପ୍ରଦେଶ ମଧ୍ୟ ଯାଇଛି ।

ପୋଲିସ ଛୁରୀ, ଔଷଧ ଏବଂ ଡ୍ରମ୍ ବିକ୍ରି କରୁଥିବା ଦୋକାନୀମାନଙ୍କୁ ମଧ୍ୟ ପଚରାଉଚରା କରିଛି । ଦ୍ୱାଦଶ ପାସ୍ ସୌରଭଙ୍କ ଲଣ୍ଡନ ଯିବା ଘଟଣାର ମଧ୍ୟ ତଦନ୍ତ କରାଯାଉଛି। ପୋଲିସ ସିସି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଛି । ଏସପି କହିଛନ୍ତି ଯେ, ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ପୋଲିସର ଲକ୍ଷ୍ୟ ।

ପୂର୍ବତନ ମର୍ଚ୍ଚାଣ୍ଟ ନେଭି ଅଧିକାରୀ ସୌରଭ ରାଜପୁତଙ୍କୁ ତାଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ପ୍ରେମିକ ସାହିଲ ଶୁକ୍ଳା ସହାୟତାରେ ମାର୍ଚ୍ଚ ୬ ରେ ନିର୍ମମ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୁସ୍କାନ ସୌରଭଙ୍କୁ ହତ୍ୟା କରିବାକୁ ବହୁ ପୂର୍ବରୁ ଯୋଜନା କରିଥିଲା ।  ହତ୍ୟା ମାମଲାରେ ମଙ୍ଗଳବାର ମୁସ୍କାନ ଏବଂ ତା ପ୍ରେମିକ ସାହିଲକୁ ପୋଲିସ ଗିରଫ କରିଥିଲା । ବୁଧବାର ସେମାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । 

Meerut Case: ମିରଟରେ ଚାଞ୍ଚଲ୍ୟ; ସ୍ୱାମୀକୁ ହତ୍ୟାକରି ସିମେଣ୍ଟରେ ପୋତିଦେଲା ସ୍ତ୍ରୀ

ସୌରଭଙ୍କ ମୃତଦେହ ଖଣ୍ଡ ଖଣ୍ଡ ହୋଇ ସିମେଣ୍ଟ ଭର୍ତ୍ତି ଏକ ଡ୍ରମରୁ ମିଳିଥିଲା । ସୌରଭଙ୍କ ମାଆ ରେଣୁ ଦେବୀ ଦାବି କରିଛନ୍ତି ଯେ, ୬ ବର୍ଷର ଝିଅ ତାଙ୍କ ବାପାଙ୍କ ହତ୍ୟା ବିଷୟରେ ଜାଣିଥିଲା ଏବଂ "ପାପା ଡ୍ରମରେ ଅଛନ୍ତି" ବୋଲି କହିଥିଲା । ଏସପି ଆୟୁଷ ବିକ୍ରମ ସିଂହ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି, ‘ଝିଅଟି ନିଶ୍ଚିତ ଭାବରେ ମୁସ୍କାନକୁ ପରିବାର ସଦସ୍ୟଙ୍କୁ ଘଟଣା ବିଷୟରେ କହୁଥିବା ଶୁଣିଥିବ । ସେ ପୂର୍ବରୁ ହତ୍ୟା ବିଷୟରେ ଜାଣି ନଥିଲା।’ ସେପଟେ ମୁସ୍କାନକୁ ଫାଶୀ ମିଳୁ ବୋଲି ଦାବି କରୁଥିବା ମହିଳା ତା’ର ନିଜ ମା’ ନୁହେଁ ବରଂ ସାବତ ମା’ ବୋଲି ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.